Before Header

ବିଜେପିରେ ମିଶିଲେ କାରଖାନାର ଦୁଇ ଯା’

0 997

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାର ଖାନାର ଦୁଇ ଯା’ । ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ଆଜି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ମିଶ୍ରଣ ପର୍ବରେ ଏହି ଦୁଇ ଯା’ ଭାଜପାର ସଦସ୍ୟତା ହାସଲ କରିଥିଲେ। ଏହି ସମୟରେ ଭାଜପା ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ମହାନ୍ତି, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା’ । କାର ଖାନା ବେଶ କିଛି ମାସ ହେଲାଣି ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

Leave A Reply

Your email address will not be published.