Masthead

ଏଣିକି ଫେସବୁକର ନୂଆ ନାଁ ମେଟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଫେସବୁକ କମ୍ପାନୀର ନାଁ ବଦଳିଲା । ଏବେ ଫେସବୁକ ନିଜ କମ୍ପାନୀର ନାଁ ବଦଳାଇ ମେଟା କରିଛି । ଗତ କିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ୍ କରିବ ବୋଲି ରିପୋର୍ଟ ଆସୁଥିଲା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଛି । ଏନେଇ ଗତକାଲି ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।

କମ୍ପାନୀର ନାଁ ବଦୁଳିଥିଲେ ମଧ୍ୟ ଫେସବୁକ ସହ ଜଡ଼ିତ ସୋସିଆଲ ମିଡ଼ିଆ ଗୁଡ଼ିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାର୍ଟଆପର ନାଁ ବଦଳିବ ନାହିଁ । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ । ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ ।

ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ । କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀକୁ ମେଟା ନାଁ ପ୍ରସ୍ତାବ ଦେଇଥିଲେ । ଏହାପୂର୍ବରୁ କମ୍ପାନୀ ୨୦୦୫ରେ କିଛି ଏପ୍ରକାର କରିଥିଲା । ସେତେବେଳେ କମ୍ପାନୀର ନାଁ ଦି ଫେସବୁକ ବଦଳାଇ ଫେସବୁକ କରାଯାଇଥିଲା । ସାରା ବିଶ୍ୱରେ ଫେସବୁକ ୩୦୦ କୋଟିରୁ ଅଧିକ ୟୁଜର ବ୍ୟବହାର କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା