Masthead

ଆଜି ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ରହିଛି ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । ମାତ୍ର ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ଲମ୍ବା ସମୟ ରହିବନି । ଆଜି ରାଜ୍ୟର ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ଭଦ୍ରକ, ଯାଜପୁର, ସମ୍ବଲପୁର, ବରଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ବର୍ଷା ହେବାର ସମ୍ଭାବନା ଅଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୩ରୁ ବର୍ଷା ପରିମାଣ କମିବ । ୪ ଓ ୫ରେ ଉତ୍ତର ଉପକୂଳର ଅନେକ ସ୍ଥାନ ସହ କିଛି ଜାଗାରେ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ସତର୍କତା ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏପଟେ ଭାରତୀୟ ପାଣିପାଗ ବିଭାଗ ଅଗଷ୍ଟ ଓ ସେପ୍ଟେମ୍ବର ପାଇଁ ମୌସୁମୀ ବର୍ଷାର ପୂର୍ବାନୁମାନ ଜାରି କରିଛି ।

ସାରା ଦେଶରେ ଏହି ୨ ମାସରେ ଭଲ ବର୍ଷା ସମ୍ଭାବନା ଅଛି । ଦେଶରେ ସ୍ୱାଭାବିକ ଠାରୁ ଅଧିକ ପରିମାଣ ବର୍ଷା ହୋଇପାରେ ।ସମ୍ଭାବ୍ୟ ଚିତ୍ର ଅନୁସାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବି ଭଲ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ମାତ୍ର ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିପାରେ । ଦକ୍ଷିଣରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ରହିଛି । ବିଶେଷ କରି କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ ବର୍ଷା ପରିମାଣ କମିବା ଅନୁମାନ କରାଯାଉଛି । ହେଲେ ରାଜ୍ୟର କେନ୍ଦ୍ରୀୟ, ଉତ୍ତର, ପଶ୍ଚିମ ଓ ଉପକୂଳରେ ଭଲ ବର୍ଷା ସମ୍ଭାବନା ଅଛି । ଉଭୟ ଅଗଷ୍ଟ ଓ ସେପ୍ଟେମ୍ବର ପୂର୍ବାନୁମାନ ଚିତ୍ର ଦେଖିଲେ ରାଜ୍ୟରେ ମୌସୁମୀ ଶେଷ ପର୍ୟ୍ୟନ୍ତ ଭଲ ବର୍ଷା ଦେବା ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ