Masthead

ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ଅଧିକାରୀ । ବାଲେଶ୍ୱର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘର ଏବଂ ଅଫିସରେ ଚାଲିଛି ଚଢାଉ । ଏକକାଳୀନ ୭ଟି ସ୍ଥାନରେ ଦୁଇ ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ଚାଲିଛି ରେଡ୍ । ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରଭାସ ପ୍ରଧାନଙ୍କ ଘରେ ପଶିଲା ଭିଜିଲାନ୍ସ ଟିମ୍ । ଜଳେଶ୍ୱର ଘର, ବାଲେଶ୍ୱର ଅଫିସ୍, ସରକାରୀ କ୍ୱାଟର ସମେତ ୭ ଠିକଣାରେ ଚଢାଉ ଚାଲିଛି ।

ଏଥି ସହିତ ତାଙ୍କ ଫାର୍ମ ହାଉସ୍ ଏବଂ ଶ୍ୱଶୁର ଘରେ ମଧ୍ୟ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କରାଯାଇଛି ଭିଜିଲାନ୍ସ ରେଡ୍ । ଦୁଇ ଭିଜିଲାନ୍ସ ଡିଏସ୍ପି, ଚାରି ଏସ୍ପିଙ୍କ ନେତୃତ୍ୱ ତଥା ୭ ଇନିସ୍ପେକ୍ଟର ଏବଂ ୪୫ ଅଧିକାରୀଙ୍କ ସହ ଏହି ରେଡ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି ୧୨ ଲକ୍ଷରୁ ଅଧିକ ନଗଦ ଟଙ୍କା । ଯନ୍ତ୍ରୀଙ୍କ ନାଁରେ ୧୦୦ ରୁ ଅଧିକ ପ୍ଲଟ୍ ଠାବ । ସ୍ତ୍ରୀଙ୍କ ନାଁ ରେ ଥିବା ୧୮ ଏକର ଜମି ମଧ୍ୟ ଠାବ କରିଛି ଭିଜିଲାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି