ଆଉ ହେବନି ରେଳ ଦୁର୍ଘଟଣା, ଲାଗିବ କ୍ୟାମେରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେଳ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । । ଟ୍ରେନ ଲାଇନଚ୍ୟୁତ କରିବାକୁ ଯୋଜନା କରୁଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସରକାର କରିଛନ୍ତି ବଡ଼ ଯୋଜନା । ଯାତ୍ରୀଙ୍କ ସରୁକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏଥର ଟ୍ରାକ ଏବଂ ଆଖପାଖ ଅଞ୍ଚଳରେ କ୍ୟାମେରା ଲଗାଯିବ । ଏହାସହିତ ଟ୍ରେନର ଇଞ୍ଜିନ ବଗିରେ ମଧ୍ୟ କ୍ୟାମେରା ଲଗାଯିବା ନେଇ ଯୋଜନା କରାଯାଇଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନିକଟରେ ଦୁଇଥର ଟ୍ରେନ ଲାଇନଚ୍ୟୁତ କରିବା ନେଇ ଯୋଜନା କରିଥିଲେ ଦୁର୍ବୃତ୍ତ ।

ଟ୍ରେନ ଟ୍ରାକକୁ ସିଲିଣ୍ଡର ଏବଂ ସିମେଣ୍ଟ ସ୍ଲାବ ମିଳିଥିଲା । ତେବେ ଟ୍ରେନ ଲାଇନଚ୍ୟୁତ କରିବା ନେଇ ଷଡଯନ୍ତ୍ର କରାଯାଇଥିବା ଅନୁମାନ କରି ଏଭଳି ପଦକ୍ଷେପ ଆପଣା ଯାଇଥିବା କଥା କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ଟ୍ରେନର ଆଗ ଏବଂ ପଛ ଭାଗରେ ଏବଂ ଇଞ୍ଜିନର ଉଭୟ ପାର୍ଶ୍ୱରେ ଏବଂ ଟ୍ରେନର ଗାର୍ଡ କୋଚରେ କ୍ୟାମେରା ଲଗାଯିବ । ତିନି ମାସ ମଧ୍ୟରେ କ୍ୟାମେରା ଲଗାଇବା ପାଇଁ ଚୁକ୍ତି କରାଯିବ ଏବଂ ସମସ୍ତ ଟ୍ରେନରେ କ୍ୟାମେରା ଲଗାଯିବ । ଏକ ସାଧାରଣ ଡାଟା କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ, ଯେଉଁଠାରେ ଏହି ସମସ୍ତ କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓ ଫୁଟେଜ୍ ସଞ୍ଚୟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ