ପୁଣି ଆସୁଛି ଲଘୁଚାପ ! ବଡ଼ ଖବରରାଜ୍ୟ By Bada Khabar Bureau Last updated Aug 10, 2025 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଆସନ୍ତା ୧୩ ତାରିଖରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇପାରେ ବର୍ଷା । ବର୍ଷା, ପବନ ସହ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଅଧିକ । ୧୨ ଓ ୧୩ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ରାଜ୍ୟରେ ଗତ କିଛିଦିନ ହେବ ବର୍ଷା କମିଯାଇଛି। ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ଅଛି । Related Posts ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ଅନ୍ୟପଟେ ଖରା ବଢ଼ିବା ସହ ତାପମାତ୍ରା ଓ ଗୁଳୁଗୁଳି ବି ଅଧିକ ରହୁଛି। ଶନିବାର ବୌଦ୍ଧ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ଛତ୍ରପୁର ୩୫.୭, ସମ୍ବଲପୁର ୩୫.୪, ଚାନ୍ଦବାଲି ୩୫, କଟକ ୩୪.୮, ଭୁବନେଶ୍ୱର ୩୪.୬, ଭବାନୀପାଟଣା ୩୪.୬, ଭଦ୍ରକ ୩୪.୫, ଟିଟିଲାଗଡ଼ ୩୪.୫, ଗୋପାଳପୁର ୩୪ ଓ ଜଗତସିଂହପୁର ୩୪ ଡିଗ୍ରୀ ସେଲସିୟସ୍ ଥିଲା। ଦିନ ଭିତରେ କୋରାପୁଟରେ ୧୫.୨ ମିଲିମିଟର ବର୍ଷା ହୋଇଥିବାବେଳେ କାଁ ଭାଁ ହାଲୁକା ବର୍ଷା ହୋଇଛି । ଆର୍ଦ୍ରତା ପରିମାଣ ବାୟୁମଣ୍ଡଳରେ ଅଧିକ ରହୁଛି। ତଥାପି ବର୍ଷା ବିଶେଷ ହେଉନି। Share