Masthead

‘ଗଣମାଧ୍ୟମ ପୀଡିତଙ୍କ ସ୍ୱର ହେବା ଉଚିତ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁଭାଷୀ ସାପ୍ତାହିକ ସମ୍ବାଦପତ୍ର ‘ଭଏସ୍ ଅଫ୍ ଭିକ୍ଟିମ୍ସ’ ଉନ୍ମୋଚିତ ହୋଇଯାଇଛି । ଗଣମାଧ୍ୟମ ସବୁବେଳେ ପୀଡିତଙ୍କ ସ୍ୱର ହେବା ଉଚିତ୍‌ ବୋଲି ମୁଖ୍ୟ ଅତିଥି ଅବସରପ୍ରାପ୍ତ ବିଚାରପତି ସଞ୍ଜୟ କୁମାର ସାହୁ କହିଥିଲେ । ଚନ୍ଦ୍ରଶେଖରପୁର ସ୍ଥିତ ପିପୁଲ୍ ପଦ୍ମଜା ପ୍ରିମିୟମ ହୋଟେଲରେ ରବିବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ସଞ୍ଜୟ କୁମାର ସାହୁ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲେ ।

ସେ କହିଥିଲେ ଯେ, ଗଣମାଧ୍ୟମ ସବୁବେଳେ ପୀଡିତଙ୍କ ସ୍ୱର ହେବା ଉଚିତ୍। ଅନେକ ସମୟରେ ଅଭିଯୁକ୍ତ ମଧ୍ୟ ପୀଡିତ ହୋଇଥିବବାର ଆଶଙ୍କା ରହିଛି। ତେଣୁ ଖବର ପରିବେଷଣ ସମୟରେ ଗଣମାଧ୍ୟମ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଦୁଇ ସମ୍ମାନିତ ଅତିଥି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ଵିବେଦୀ ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଲ’ ସ୍କୁଲ ପ୍ରତିଷ୍ଠାତା ଡିନ୍ ଡକ୍ଟର ପଲ୍ଲବ ଦାସ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ସାମ୍ବାଦିକ ଓ ସାହିତ୍ୟିକ ଶତ୍ରୁଜିତ୍ ଭଏସ୍ ଅଫ୍ ଭିକ୍ଟିମ୍ସର ଉନ୍ମୋଚିତ ସଂଖ୍ୟାରେ ପ୍ରକାଶିତ ନିବନ୍ଧ ଓ ସମ୍ବାଦ ସମ୍ପର୍କରେ ସମୀକ୍ଷା କରି ସାଂପ୍ରତିକ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ। ଭଏସ୍ ଅଫ୍ ଭିକ୍ଟିମ୍ସର ସମ୍ପାଦକ ଜ୍ଞାନ ରଞ୍ଜନ ମିଶ୍ର ସମାରୋହରେ ସଭାପତିତ୍ଵ କରି ନିଜ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ କୈଳାଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଧନ ପରିବାରର ପାର୍ଥ କୁମାର ଦାସ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା