Masthead

ବାପା ପରେ ମା’ କରୋନାରେ ପ୍ରାଣ ହରାଇବା ପରେ ୩ ଶିଶୁ ଅନାଥ

ଆଳି (ବଡ଼ ଖବର ବ୍ୟୁରୋ): ଆଗପଛ କରି ବାପା ଓ ପରେ ମା’ କରୋନାରେ ପ୍ରାଣ ହରାଇବା ପରେ ଏବେ ୩ ଶିଶୁ ଅନାଥ ହୋଇଯାଇଛନ୍ତି। ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ଫଳରେ ଭାଙ୍ଗିପଡ଼ିଛନ୍ତି ସେମାନେ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଚଣ୍ଡିଆଗଡ଼ି ପଞ୍ଚାୟତ ଚଣ୍ଡିଆଗଡ଼ି ଗ୍ରାମରେ । ଚଣ୍ଡିଆଗଡ଼ି ଗ୍ରାମର କିଶୋର କୁମାର ରଥ ସୁଦୂର ବେଙ୍ଗାଲୁରର ହିନ୍ଦୁପୁରରେ ରହି କାମ କରିଆସୁଥିଲେ । ପାଖରେ ତାଙ୍କର ପତ୍ନୀ ସବିତା ଓ ୩ ପିଲା ମଧ୍ୟ ଥିଲେ । ନିକଟରେ କିଶୋର ଓ ତାଙ୍କ ପତ୍ନୀ ସବିତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

କିଶୋର କରୋନା ସହ ଲଢ଼େଇ କରି ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ବେଙ୍ଗାଲୁରରେ ପ୍ରାଣ ହରାଇଥିଲେ । ସବିତା ଓ ତାଙ୍କ ୩ପିଲାଙ୍କୁ ଆତ୍ମୀୟମାନେ ଘରକୁ ନେଇ ଆସିଥିଲେ । ତେବେ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକଲରେ ଭର୍ତ୍ତି କରାଯାଇଥିଲା । ପରେ ସବିତାଙ୍କର ବି ପରଲୋକ ହୋଇଥିଲା । ଆଗେ କିଶୋର ଓ ତାଙ୍କ ମୃତ୍ୟୁର ୩ଦିନ ଯାଇଛି କି ନାହିଁ ସବିତାଙ୍କ ମୃତ୍ୟୁପରେ ଏବେ ତାଙ୍କର ୩ଶିଶୁ ଅନାଥ ହୋଇପଡ଼ିଛନ୍ତି । ବେସାହାରା ହୋଇପଡ଼ିଛନ୍ତି ଦୁଇଝିଅ ଝିଅ ସାଇପିୟା(୧୪), ଶୁଭପ୍ରିୟା(୧୨) ଓ ପୁଅ ଶୁଭ ସୁଦିପ୍ତ(୬) । ବାପାମା’ଙ୍କ ଅକାଳ ବିୟୋଗ ପରେ ୩ ଶିଶୁଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ