Masthead

ବାପା ପରେ ମା’ କରୋନାରେ ପ୍ରାଣ ହରାଇବା ପରେ ୩ ଶିଶୁ ଅନାଥ

ଆଳି (ବଡ଼ ଖବର ବ୍ୟୁରୋ): ଆଗପଛ କରି ବାପା ଓ ପରେ ମା’ କରୋନାରେ ପ୍ରାଣ ହରାଇବା ପରେ ଏବେ ୩ ଶିଶୁ ଅନାଥ ହୋଇଯାଇଛନ୍ତି। ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ଫଳରେ ଭାଙ୍ଗିପଡ଼ିଛନ୍ତି ସେମାନେ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଚଣ୍ଡିଆଗଡ଼ି ପଞ୍ଚାୟତ ଚଣ୍ଡିଆଗଡ଼ି ଗ୍ରାମରେ । ଚଣ୍ଡିଆଗଡ଼ି ଗ୍ରାମର କିଶୋର କୁମାର ରଥ ସୁଦୂର ବେଙ୍ଗାଲୁରର ହିନ୍ଦୁପୁରରେ ରହି କାମ କରିଆସୁଥିଲେ । ପାଖରେ ତାଙ୍କର ପତ୍ନୀ ସବିତା ଓ ୩ ପିଲା ମଧ୍ୟ ଥିଲେ । ନିକଟରେ କିଶୋର ଓ ତାଙ୍କ ପତ୍ନୀ ସବିତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

କିଶୋର କରୋନା ସହ ଲଢ଼େଇ କରି ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ବେଙ୍ଗାଲୁରରେ ପ୍ରାଣ ହରାଇଥିଲେ । ସବିତା ଓ ତାଙ୍କ ୩ପିଲାଙ୍କୁ ଆତ୍ମୀୟମାନେ ଘରକୁ ନେଇ ଆସିଥିଲେ । ତେବେ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକଲରେ ଭର୍ତ୍ତି କରାଯାଇଥିଲା । ପରେ ସବିତାଙ୍କର ବି ପରଲୋକ ହୋଇଥିଲା । ଆଗେ କିଶୋର ଓ ତାଙ୍କ ମୃତ୍ୟୁର ୩ଦିନ ଯାଇଛି କି ନାହିଁ ସବିତାଙ୍କ ମୃତ୍ୟୁପରେ ଏବେ ତାଙ୍କର ୩ଶିଶୁ ଅନାଥ ହୋଇପଡ଼ିଛନ୍ତି । ବେସାହାରା ହୋଇପଡ଼ିଛନ୍ତି ଦୁଇଝିଅ ଝିଅ ସାଇପିୟା(୧୪), ଶୁଭପ୍ରିୟା(୧୨) ଓ ପୁଅ ଶୁଭ ସୁଦିପ୍ତ(୬) । ବାପାମା’ଙ୍କ ଅକାଳ ବିୟୋଗ ପରେ ୩ ଶିଶୁଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା