Masthead

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ, ହିଂସାରେ ଗଲାଣି ୧୦ ଜୀବନ

କୋଲକାତା  (ବଡ଼ ଖବର ବ୍ୟୁରୋ):  ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲଛି ଭୋଟ ଗ୍ରହଣ । ଭୋଟ ବେଳେ ଦେଖା ଦେଇଛି ନିର୍ବାଚନୀ ହିଂସା । ହିଂସାରେ ଗଲାଣି ୧୦ ଜଣଙ୍କ ଜୀବନ । ବିଭିନ୍ନ ପଞ୍ଚାୟତରେ ବ୍ୟାପକ ହିଂସା ସହ ପୋଡ଼ା ମଧ୍ୟ ଦେଖିବାକୁ ମିଳିଛି । ମୁର୍ଶିବାଦରେ ପୋଲିସ ଦୁର୍ବୃତ୍ତମାନଙ୍କୁ ଘଉଡ଼ାଇ ଫାଙ୍କା ଗୁଳି ଚାଳନା କରିଛି । ଖାଲି ସେତିକି ନୁହେଁ କୁଚିବିହାରରେ ବାଲଟ ବକ୍ସ ଜାଳି ଦେଇଛନ୍ତି ଦୁବୃର୍ତ୍ତ । ସୁରକ୍ଷାବଳଙ୍କ ଉପସ୍ଥତିରେ ଜଳପାଇଗୁଡ଼ି ବୁଥରେ ବିଜେପି କର୍ମୀମାନେ ୨ଜଣ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେହିପରି ହୁଗୁଳିରେ ଜଣେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ମାଡ଼ ମରାଯାଇ ବୁଥ ଭିତରକୁ ଛଡ଼ାଯାଇ ନ ଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ନୁରପୁର ପଞ୍ଚାୟତର ଖୋଲାଖଲି ଅନ୍ତର୍ଗତ ୪୪ ଓ ୪୫ ନମ୍ବର ବୁଥରେ ଦୁର୍ବୃତ୍ତମାନେ ବାଲଟ୍ ଚୋରାଇ ନେଇଥିବା କଥା ବଙ୍ଗ ‘ବିଜେପି’ ସଭାପତି କହିଛନ୍ତି। ଏହାଛଡ଼ା, ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସର ୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି। ଗତରାତିରେ ରେଜିନଗରରେ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଣଳେ ଖାରଗ୍ରାମରେ ଜଣକୁ ଛୁରି ଭୁସି ହତ୍ୟା କରାଯାଇଛି। ପୁଣି ଆଜି ସକାଳେ ବେଲଦାଙ୍ଗାରେ ଜଣକୁ ଗୁଳି ମାରି ହତ୍ୟା କରାଯାଇଛି। ସେହିପରି ଆଜି ସକାଳେ କୁଚ୍‌ବେହାର ତୁଫାନଗଞ୍ଜରେ ବି ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ