Masthead

ଏକାମ୍ର ପ୍ରକଳ୍ପ ବିବାଦ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକଳ୍ପ ଆରମ୍ଭ ହେଉଛି ଶେଷ ବି ହେଉଛି। ମନ୍ଦିର ମଠର ହେଉଛି ସୌନ୍ଦର୍ଯ୍ୟକରଣ । କିନ୍ତୁ କୀର୍ତ୍ତିରାଜିର ବିଲୁପ୍ତକୁ ନେଇ ଉଠୁଛି ପ୍ରଶ୍ନ ? ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ସୌନ୍ଦର୍ଯ୍ୟକରଣ ନାଁରେ ମଠ ମନ୍ଦିର ଭାଙ୍ଗିଦେଲେଣି କିଏ କହୁଥିବା ବେଳେ ଆଉ କିଏ କହିଲାଣି ଅଜ୍ଞାନୀକୁ ବେଳେ ଦେଖାଯିବ ଅନ୍ଧାର । ଓଡ଼ିଶାରେ ଥମିବାର ନା ନେଉନି ପ୍ରକଳ୍ପ ବିବାଦ। ସୌନ୍ଦର୍ଯ୍ୟକାରଣ କରି ମନ୍ଦିର ମଠକୁ ନୂଆ ରୂପ ଦେଉଛନ୍ତି ସରକାର। ହେଲେ ପୂରାତନ କୀର୍ତ୍ତିରାଜିକୁ ବିଲୁପ୍ତ କରିବାକୁ ନେଇ ବିରୋଧୀ ସରକାରଙ୍କୁ କରିଆସୁଥିଲେ ପ୍ରଶ୍ନ ? ଠିକ୍ ସେହି ସମୟରେ ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ ? ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ। କହିଛନ୍ତି, ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗାଯାଇଛି।

ଜିପିଆର ରିପୋର୍ଟ ସରକାରଙ୍କ ପାଖରେ ଥାଇବି କଣ ପାଇଁ କଲେନି କାର୍ଯ୍ୟକାରୀ। ୨୩ ବର୍ଷ ଶାସନରେ ସୌନ୍ଦର୍ଯ୍ୟକରଣ କଥା ଆଜି ମନେପଡିଛି । ଆମେ ବିରୋଧ କରୁନାହୁଁ, ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ହେବା ଦରକାର । ସରକାର ରାଜନୈତିକ ମଞ୍ଚ କରି ଲୋକଙ୍କୁ ଭୁଆଁ ବୁଲେଇ ପ୍ରହେଳିକା ସୃଷ୍ଟି କରୁଛନ୍ତି। ସେପଟେ ପ୍ରକଳ୍ପକୁ ମୁଦ୍ଦାକରି ବିଜେପି ସରକାରଙ୍କୁ ଘେରିଥିବା ବେଳେ ମନ୍ତ୍ରୀ ଦେଇଛନ୍ତି କଟୁ ମନ୍ତବ୍ୟ। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଯିଏ ଆଜ୍ଞାନର ବଶବର୍ତ୍ତୀ, ତାକୁ କ’ଣ କୁହାଯିବ? ତାଙ୍କୁ ସବୁ ଅନ୍ଧାର ଦେଖାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରହିଥିଲା, ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରିବାକୁ ଆମେ ତାହା କରିଛୁ। ବିଜେପିକୁ ରାଜନୀତି ଛଡ଼ା ଆଉ କିଛି ଦିଶେନି। ତାଙ୍କୁ ପଚାରିଲେ ହୁଏତ ସ୍ପଷ୍ଟ ହୁଅନ୍ତା କିନ୍ତୁ ସେମାନେ ଅଜ୍ଞ ହୋଇ ରହିଛନ୍ତି ରହିଯିବେ। ଶେଷ ହେଲା ପ୍ରକଳ୍ପ, ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ। କିନ୍ତୁ ବାସ୍ତବରେ ଯାହା ହେଉଛି ତାହା କେତେ ଠିକ ତାହା ସମୟ ହିଁ କହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି