Masthead

ସୀମା ହାଇଦରଙ୍କ ଭାରତ ଆସିବାର କ’ଣ ରହିଛି ପ୍ରକୃତ କାରଣ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଚିନଙ୍କ ପାଇଁ ପ୍ରେମ ନା ଭାରତ ପାଇଁ ଷଡ଼ଯନ୍ତ୍ର? ପ୍ରେମ ଆଳରେ ରହିନି ତ ଦେଶର ଗୁୁଇନ୍ଦା ତଥ୍ୟ ନେବାର ପ୍ରୟାସ? ପାକିସ୍ତାନକୁ ଯିବାକୁ ଅରାଜି ହେବା ପଛରେ ରହିନି ତ ଆଉ କିଛି କାରଣ? ପ୍ରେମ ଏତେ ବଡ଼ ହୋଇଗଲା ଯେ, ଏତେ ବର୍ଷର ସ୍ୱାମୀ ସ୍ତ୍ରୀ ସମ୍ପର୍କ ଓ ୪ଟି ସନ୍ତାନଙ୍କ ମା’ ହେବା ବି ତାଙ୍କୁ ପାକିସ୍ତାନ ପାର କରିବାକୁ ରୋକି ପାରିନଥିଲା । ଇଏ ହେଉଛି ସେହି ପ୍ରେମ କାହାଣୀ ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସଚିନଙ୍କ ପ୍ରେମରେ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଭାରତ ଆସିବା, ସଚିନଙ୍କ ସହ ଘର ସଂସାର କରି ରହିବା, ବିଭିନ୍ନ ଦିଗକୁ ଆଡ଼କୁ ଇସାରା କରୁଛି । କୁହାଯାଉଛି ଯେ ଏହା ହେଉଛି ପ୍ରେମ ସମ୍ପର୍କ । ଯାହା ପବ୍‌ଜୀ ଖେଳରୁ ଆରମ୍ଭ ହୋଇ ସୀମା ହାଇଦରଙ୍କୁ ଟାଣି ଆଣିଥିଲା ଭାରତ ।

ତେବେ ଏହି କଥାଟି ଯେତିକି ସହଜ ଭାବେ ଦର୍ଶାଯାଉଛି ସେତିକି ସରଳ କି? କାରଣ କୁହାଯାଉଛି ଯେ, ସୀମାଙ୍କ ଭାଇ ପାକିସ୍ତାନ ଆର୍ମିରେ କାର୍ଯ୍ୟରତ ଯବାନ । ଭାଈଙ୍କ ଦେଶଭକ୍ତିରେ ସହଯୋଗ କରିବା ପାଇଁ ଇଏ ପାକିସ୍ତାନର କିଛି ଚାଲ ନୁହେଁ ତ? କିନ୍ତୁ ଏଯାଏଁ ଏ କଥା ସ୍ପଷ୍ଟ ହେଇନି ଯେ, ତାଙ୍କ ଭାଈ ପାକିସ୍ତାନ ଯବାନ ବୋଲି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୀମାଙ୍କ ପରିଚୟ ପତ୍ର । ଯେଉଁଥିରେ ତାଙ୍କ ପୂରା ନାଁ ଅର୍ଥାତ ସୀମା ହାଇଦର ରହିଛି । ତାଙ୍କ ସ୍ୱାମୀଙ୍କ ନାଁ ଗୁଲାମ ହାଇଦର ବୋଲି ଉଲ୍ଲେଖ ରହିଛି । ତାଙ୍କ ସ୍ୱାମୀ ପାକିସ୍ତାନୀ ବାସିନ୍ଦା ହୋଇଥିବା ବେଳେ ସାଉଦି ଆରବରେ ରୁହନ୍ତି । ସୀମାଙ୍କ ପୁରୁଣା ବୟାନ ହିସାବରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଯେଉଁଥି ପାଇଁ ସେ ସଚିନଙ୍କ ପ୍ରେମରେ ପଡିଥିଲେ ଏବଂ ଚାଲି ଆସିଥିଲେ ପାକିସ୍ତାନରୁ ।

ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଛନ୍ତି ସଚିନ ଓ ସୀମା । ମିଡିଆ ଆଗରେ ଦୁହେଁ ନିଜର ପ୍ରତିକ୍ରିୟା ରଖୁଛନ୍ତି । ପାକିସ୍ତାନରେ ରହି ନିୟମିତ ଉର୍ଦ୍ଦୁ ମିଶା ହିନ୍ଦୀରେ କଥା ହେଉଥିବା ସୀମାଙ୍କର ସ୍ପଷ୍ଟ ହିନ୍ଦୀ ମଧ୍ୟ ସନ୍ଦେହକୁ ବଢାଉଛି । କାରଣ ପାକିସ୍ତାନର ଚାଲ ଅନୁସାରେ ପୂର୍ବରୁ ମଧ୍ୟ ବିଭିନ୍ନ ଏଜେଂଟଙ୍କୁ ଭାରତରେ ରହିବାର ଚାଳିଚଳନ, ଭାଷା ଆଦିକୁ ନେଇ ଟ୍ରେନିଙ୍ଗ ଦିଆଯାଇଥାଏ । ଯାହା ସନ୍ଦେହକୁ ଘନୀଭୂତ କରାଉଛି । ଅନ୍ୟପଟେ ତାଙ୍କ ପାଖରୁ ପୋଲିସକୁ କୌଣସି ଏପରି କିଛି ଜିନିଷ ମିଳିପାରିନାହିଁ, ଯାହା ଆଧାରରେ ସୀମା କିଛି ମିଶନରେ ଅଛନ୍ତି ବୋଲି ପ୍ରମାଣିତ ହୋଇପାରିବ । କିନ୍ତୁ ପୋଲିସ ଏହି ମାମଲାକୁ ହାଲକାରେ ନେଉ ନାହିଁ । ସୀମା ଯେତେବେଳେ ନେପାଳ ଆସିଥିଲେ ସେତେବେଳେ ତାଙ୍କୁ ଭାରତ ପହଂଚାଇବାରେ କେଉଁ କେଉଁମାନେ ସହଯୋଗ କରିଥିଲେ ସେ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ