ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶିଳ୍ପା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରାଜ କୁନ୍ଦ୍ରା ଯିଏକି ଅଶ୍ଳୀଳ ସିନେମା ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ସ୍ୱାମୀଙ୍କ ଗିରଫକୁ ନେଇ ପ୍ରଥମ ଥର ପାଇଁ ସୋସିଆଲ ମିଡ଼ଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ।
ସୋସିଆଲ ମିଡିଆରେ ଷ୍ଟେଟମେଂଟ ସେୟାର କରି ଶିଳ୍ପା ଲେଖିଛନ୍ତି, “ଗତ କିଛି ଦିନ ଧରି ଆମ ପାଇଁ ସବୁ ଦିଗ ସଂଘର୍ଷମୟ ରହିଛି । ଭିନ୍ନ ଭିନ୍ନ ପ୍ରକାର ମିଛ ଖବର ଅଭିଯୋଗ ମଧ୍ୟ କରାଗଲା । ମିଡିଆ ଏବଂ ଅନେକ ଶୁଭଚିନ୍ତକ ମୋ ବିରୋଧରେ ଅନେକ ଅଭିଯୋଗ ଆଣିଲେ । ମୋ ସହ ମୋ ପରିବାରକୁ ବି ଟ୍ରୋଲ କରାଯାଇଥିଲା । ଏ ମାମଲା ଏବେ ଯାଏଁ ବିଚାରଧିନ ଅଛି, ତେଣୁ ଦୟାକରି ମୋ ତରଫରୁ ମିଛ ବୟାନ ଦିଅନ୍ତୁ ନାହିଁ । ମୁଁ ଖାଲି ଏତିକି କହିବି ତଦନ୍ତ ଚାଲିଛି, ମୁମ୍ବାଇ ପୋଲିସ ଏବଂ ଭାରତୀୟ ନ୍ୟାୟପାଳିକା ଉପରେ ମୋର ପୂରା ଭରସା ଅଛି..”

ରାଜ କୁନ୍ଦ୍ରା ଗିରଫ ହେବା ପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ତଦନ୍ତ ଘେରକୁ ଆସିଛନ୍ତି ଏବଂ ତାଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚରା ଯାଇଥିଲା । ଫଳରେ ସୋସିଆଲ ମିଡିଆରେ ନିଜ ମନକଥା କହିଛନ୍ତି । ଶିଳ୍ପା ଆହୁରି ମଧ୍ୟ ଲେଖିଛନ୍ତି, “ଗୋଟେ ପରିବାର ଭଳି ସମସ୍ତ ପ୍ରକାର ସମ୍ଭବ ଆଇନଗତ ଉପାୟ ଆମେ ପ୍ରୟୋଗ କରୁଛୁ । ହେଲେ ପ୍ରଥମେ ଜଣେ ମାଆ ଭାବେ ମୁଁ ଆପଣମାନଙ୍କୁ ବିନମ୍ରଭାବେ ଅନୁରୋଧ କରୁଛି କି, ଦୟାକରି ମୋ ପିଲାଙ୍କ ପାଇଁ ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ ।

ବିନା କୌଣସି ତଥ୍ୟରେ ଅଧା ଅଧୁରା କାହାଣୀ ନବନାନ୍ତୁ । ମୁଁ ଗତ ୨୯ ବର୍ଷ ଧରି ମୋର ପେଶାରେ ପରିଶ୍ରମ କରୁଛି ଆଉ ଆଇନ ପାଳନ କରୁଥିବା ଜଣେ ସଚ୍ଚୋଟ ଭାରତୀୟ । ଏ ସମୟରେ ଆପଣଙ୍କ ଠାରୁ ମୋର ବ୍ୟକ୍ତିଗତ ଜୀବନ ଏବଂ ମୋ ପରିବାରକୁ ସମ୍ମାନ ଦେବାପାଇଁ ଅନୁରୋଧ କରୁଛି, ସତ୍ୟମେବ ଜୟତେ..” ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!