Masthead

ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶିଳ୍ପା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରାଜ କୁନ୍ଦ୍ରା ଯିଏକି ଅଶ୍ଳୀଳ ସିନେମା ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ସ୍ୱାମୀଙ୍କ ଗିରଫକୁ ନେଇ ପ୍ରଥମ ଥର ପାଇଁ ସୋସିଆଲ ମିଡ଼ଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ।
ସୋସିଆଲ ମିଡିଆରେ ଷ୍ଟେଟମେଂଟ ସେୟାର କରି ଶିଳ୍ପା ଲେଖିଛନ୍ତି, “ଗତ କିଛି ଦିନ ଧରି ଆମ ପାଇଁ ସବୁ ଦିଗ ସଂଘର୍ଷମୟ ରହିଛି । ଭିନ୍ନ ଭିନ୍ନ ପ୍ରକାର ମିଛ ଖବର ଅଭିଯୋଗ ମଧ୍ୟ କରାଗଲା । ମିଡିଆ ଏବଂ ଅନେକ ଶୁଭଚିନ୍ତକ ମୋ ବିରୋଧରେ ଅନେକ ଅଭିଯୋଗ ଆଣିଲେ । ମୋ ସହ ମୋ ପରିବାରକୁ ବି ଟ୍ରୋଲ କରାଯାଇଥିଲା । ଏ ମାମଲା ଏବେ ଯାଏଁ ବିଚାରଧିନ ଅଛି, ତେଣୁ ଦୟାକରି ମୋ ତରଫରୁ ମିଛ ବୟାନ ଦିଅନ୍ତୁ ନାହିଁ । ମୁଁ ଖାଲି ଏତିକି କହିବି ତଦନ୍ତ ଚାଲିଛି, ମୁମ୍ବାଇ ପୋଲିସ ଏବଂ ଭାରତୀୟ ନ୍ୟାୟପାଳିକା ଉପରେ ମୋର ପୂରା ଭରସା ଅଛି..”

ରାଜ କୁନ୍ଦ୍ରା ଗିରଫ ହେବା ପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ତଦନ୍ତ ଘେରକୁ ଆସିଛନ୍ତି ଏବଂ ତାଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚରା ଯାଇଥିଲା । ଫଳରେ ସୋସିଆଲ ମିଡିଆରେ ନିଜ ମନକଥା କହିଛନ୍ତି । ଶିଳ୍ପା ଆହୁରି ମଧ୍ୟ ଲେଖିଛନ୍ତି, “ଗୋଟେ ପରିବାର ଭଳି ସମସ୍ତ ପ୍ରକାର ସମ୍ଭବ ଆଇନଗତ ଉପାୟ ଆମେ ପ୍ରୟୋଗ କରୁଛୁ । ହେଲେ ପ୍ରଥମେ ଜଣେ ମାଆ ଭାବେ ମୁଁ ଆପଣମାନଙ୍କୁ ବିନମ୍ରଭାବେ ଅନୁରୋଧ କରୁଛି କି, ଦୟାକରି ମୋ ପିଲାଙ୍କ ପାଇଁ ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ ।

ବିନା କୌଣସି ତଥ୍ୟରେ ଅଧା ଅଧୁରା କାହାଣୀ ନବନାନ୍ତୁ । ମୁଁ ଗତ ୨୯ ବର୍ଷ ଧରି ମୋର ପେଶାରେ ପରିଶ୍ରମ କରୁଛି ଆଉ ଆଇନ ପାଳନ କରୁଥିବା ଜଣେ ସଚ୍ଚୋଟ ଭାରତୀୟ । ଏ ସମୟରେ ଆପଣଙ୍କ ଠାରୁ ମୋର ବ୍ୟକ୍ତିଗତ ଜୀବନ ଏବଂ ମୋ ପରିବାରକୁ ସମ୍ମାନ ଦେବାପାଇଁ ଅନୁରୋଧ କରୁଛି, ସତ୍ୟମେବ ଜୟତେ..” ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ