Masthead

ଦିବ୍ୟାଙ୍ଗ ବାହୁଡ଼ାଙ୍କୁ କେବେ ମିଳିବ ସରକାରୀ ସହାୟତା

ଟାଙ୍ଗୀ(ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗ ହେଲେ ମଧ୍ୟ ଜଣେ ସକ୍ଷମ ବ୍ୟକ୍ତିଙ୍କଠାରୁ କମ୍ ନୁହନ୍ତି। ଜନ୍ମରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ନିଜକୁ କେବେ ଭାବି ନାହାନ୍ତି ଦିବ୍ୟାଙ୍ଗ ବୋଲି। ଦିବ୍ୟାଙ୍ଗମାନଙ୍କ ପାଇଁ ସରକାର ବହୁ ଯୋଜନା କରିଛନ୍ତି। ମାତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ ଯୋଜନା। ସରକାର କେବଳ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ଦେଇ ନିଜର ଦାୟିତ୍ଵ ସାରି ଦେଇଛନ୍ତି । ବାରମ୍ବାର ଦରଖାସ୍ତ କରି ଶେଷରେ ଟ୍ରାଇ ସାଇକେଲ ଟିଏ ମିଳିଛି। ବ୍ୟବସାୟ ପାଇଁ ଆର୍ଥିକ ସହାୟତା ମିଳିନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନରାଉତପଡ଼ା ପଞ୍ଚାୟତ ମୂଳିଝର ଗ୍ରାମରେ ।
ମୂଳିଝର ଗ୍ରାମର ଦିବ୍ୟାଙ୍ଗ ଯୁବକ ବାହୁଡ଼ା ସାହୁ (୨୩) । ପିଲାଟି ବେଳରୁ ଆଜକୁ ଦୁଇ ଦଶନ୍ଧି ଧରି ତାଙ୍କର ସେବା କରୁଛନ୍ତି ବାପା ମା’ । ହେଲେ ପରିବାର ଚଳାଇବା ପାଇଁ ବାହୁଡ଼ା ଦେଉଛନ୍ତି ଟଙ୍କା । ଘର ନିକଟ ରାସ୍ତାକଡ଼ରେ ସେ ଖୋଲିଛନ୍ତି ଏକ ଦୋକାନ । ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ସେ ଯାଇପାରୁ ନାହାନ୍ତି ସତ, କିନ୍ତୁ ମୁଣ୍ଡେଇଛନ୍ତି ସଂସାର ବୋଝ । ବାପା, ମା’, ଅବିବାହିତ ଭଉଣୀ ଓ ଜଣେ ବିଧବା ଭଉଣୀଙ୍କ ଦାୟିତ୍ୱ ତାଙ୍କ ଉପରେ ।
ବାହୁଡ଼ା ଦୋକାନ ବଢାଇବା ପାଇଁ ଆଶା କରିଥିବାବେଳେ କେହି ସହଯୋଗ କରିନାହାନ୍ତି । ବାରମ୍ବାର ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଦୈ।ଡି ଦୈ।ଡି ନିରାଶ ହୋଇନାହାନ୍ତି ବାହୁଡ଼ା । ଅନ୍ୟମାନଙ୍କ ଭଳି ବଞ୍ଚିବା ପାଇଁ ଆଶା ରଖିଛନ୍ତି। ଆଗକୁ ସରକାରଙ୍କଠାରୁ କିଛି ସହାୟତା ମିଳିଲେ କିମ୍ବା ବ୍ୟାଙ୍କରୁ ଋଣ ମିଳିଲେ ବ୍ୟବସାୟକୁ ବଢ଼ାଇ ପରିବାର ପ୍ରତିପୋଷଣ କରିପାରିବ। ସେପଟେ ମାଆ ପୁଅ ବାହୁଡ଼ା ଚିନ୍ତାରେ ଭାଙ୍ଗିପଡ଼ିଲେଣି । ସରକାରୀ ସାହାଯ୍ୟକୁ ଚାହିଁବସିଛନ୍ତି ବାହୁଡ଼ାଙ୍କ ମା’। ତାଙ୍କ ବାପା କାର୍ତ୍ତିକ ବୟସର ଅପରାହ୍ନରେ । କାମଧନ୍ଦା କରିପାରୁନାହାନ୍ତି। ବାହୁଡ଼ାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼