Masthead

ଜେଲ ଯିବୁ ପୁଣି ବିକିବୁ

ଗୁଣପୁର (ବଡ଼ ଖବର ବ୍ୟୁରୋ): ରାୟଗଡାରେ ଦିନକୁ ଦନ ବୃଦ୍ଧି ପାଉଛି ଗଞ୍ଜେଇ ଚୋରାଚାଲଣ। ବିଭିନ୍ନ ତରିକାରେ ମାଫିଆମାନେ ଚୋରାଚାଲଣ କରୁଥିବାର ଦେଖିବାକୁ ମିଳୁଛି। କେତେବେଳେ ପେଟ୍ରୋଲ ଟାଙ୍କିରେ ତ ଆଉ କେତେବେଳେ କୁଣ୍ଡା ଟ୍ରକରେ । ଆଉ କେତେବେଳେ ପରିବା ଟ୍ରକରେ ତ ଆଉ କେତେ ବେଳେ ଲୁହା ପାଇପରେ ଗଞ୍ଜେଇ ଚୋରାଚାଲଣ କରୁଥିବା ଅଭିଯୋଗ ହୋଇଛି। ଏବେ ବ୍ୟାଗ ଭିତରେ ଗଞ୍ଜେଇ ଚୋରାଚାଲଣ ସମୟରେ ଧରାପଡିଛି । ପଦ୍ମପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ପାଟ୍ରୋଲିଂ ସମୟରେ ଜବତ ହୋଇଛି ୮ କେଜି ୫୬୦ଗ୍ରାମ ଗଞ୍ଜେଇ । ଏହା ସହ ୩ଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ। ଗିରଫ ୩ଜଣ ହେଲେ ମହମ୍ମଦ ଚନ୍ଦନ, ହୁସିଆ ରଇତ ଓ ଇସିକା ମାଝି। ଗିରଫ ୩ଜଣ ଆଗରୁ ଗଞ୍ଜେଇ ବେପାରରେ ସକ୍ରିୟଥିଲେ । ଏମାନେ ଜେଲରୁ ଜାମିନରେ ଆସି ପୁଣି ଗଞ୍ଜେଇ ବେପାରରେ ଲିପ୍ତ ହୋଇଥିବା ପୋଲିସ ସୂଚନା ଦେଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!