Before Header

ଜେଲ ଯିବୁ ପୁଣି ବିକିବୁ

0 166

ଗୁଣପୁର (ବଡ଼ ଖବର ବ୍ୟୁରୋ): ରାୟଗଡାରେ ଦିନକୁ ଦନ ବୃଦ୍ଧି ପାଉଛି ଗଞ୍ଜେଇ ଚୋରାଚାଲଣ। ବିଭିନ୍ନ ତରିକାରେ ମାଫିଆମାନେ ଚୋରାଚାଲଣ କରୁଥିବାର ଦେଖିବାକୁ ମିଳୁଛି। କେତେବେଳେ ପେଟ୍ରୋଲ ଟାଙ୍କିରେ ତ ଆଉ କେତେବେଳେ କୁଣ୍ଡା ଟ୍ରକରେ । ଆଉ କେତେବେଳେ ପରିବା ଟ୍ରକରେ ତ ଆଉ କେତେ ବେଳେ ଲୁହା ପାଇପରେ ଗଞ୍ଜେଇ ଚୋରାଚାଲଣ କରୁଥିବା ଅଭିଯୋଗ ହୋଇଛି। ଏବେ ବ୍ୟାଗ ଭିତରେ ଗଞ୍ଜେଇ ଚୋରାଚାଲଣ ସମୟରେ ଧରାପଡିଛି । ପଦ୍ମପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ପାଟ୍ରୋଲିଂ ସମୟରେ ଜବତ ହୋଇଛି ୮ କେଜି ୫୬୦ଗ୍ରାମ ଗଞ୍ଜେଇ । ଏହା ସହ ୩ଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ। ଗିରଫ ୩ଜଣ ହେଲେ ମହମ୍ମଦ ଚନ୍ଦନ, ହୁସିଆ ରଇତ ଓ ଇସିକା ମାଝି। ଗିରଫ ୩ଜଣ ଆଗରୁ ଗଞ୍ଜେଇ ବେପାରରେ ସକ୍ରିୟଥିଲେ । ଏମାନେ ଜେଲରୁ ଜାମିନରେ ଆସି ପୁଣି ଗଞ୍ଜେଇ ବେପାରରେ ଲିପ୍ତ ହୋଇଥିବା ପୋଲିସ ସୂଚନା ଦେଇଛି

Leave A Reply

Your email address will not be published.