Masthead

କେବେ ଗିରଫ ହେବେ ପ୍ରଶାନ୍ତ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେବେ ଗିରଫ ହେବେ ପ୍ରଶାନ୍ତ ଜଗଦ୍ଦେବ ? ବାଲୁଗାଁରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ନିଖୋଜ ଅଛନ୍ତି ବିଧାୟକ । କ୍ୱାର୍ଟର୍ସରେ ଚଢାଉ କରି ଖାଲି ହାତରେ ଫେରିଲା ପୋଲିସ । ଆକ୍ରମଣ ପରେ ବିଜେଡିରୁ ହୋଇଥିଲେ ନିଲମ୍ବିତ । ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ ବଢିବାରେ ଲାଗିଛି । ବିଜେପି ନେତାଙ୍କୁ ମାଡ଼ ସହ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରି ବିବାଦକୁ ଆସିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ତାଙ୍କୁ ଗିରଫ କରିବାକୁ ଗୁରୁବାର ପୋଲିସ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଚଢାଉ କରିଥିଲେ ।

କିନ୍ତୁ ତାଙ୍କୁ ସେଠାରେ ନ ପାଇ ଖାଲି ହାତରେ ଫେରିଥିଲେ । ପୋଲିସ ବିଭିନ୍ନ ଆଡେ ଚଢାଉ ଜାରି ରଖିଛି । ତାଙ୍କ ମୋବାଇଲ ବନ୍ଦ ଥିବା ପୋଲିସ ସୂଚନା ଦେଇଛି । ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ବାଲୁଗାଁ ଏନଏସି ଅଫିସ ଆଗରେ ମାଡ଼ ମାରିବାପରେ ବିଧାୟକ ପ୍ରଶାନ୍ତ ସଂପୃକ୍ତି ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ବିରୋଧରେ ଆକ୍ସନ ନେଇଥିଲେ ଦଳର ସୁପ୍ରିମା ନବୀନ ପଟ୍ଟନାୟକ ।

ତାଙ୍କୁ ନିଲମ୍ବନ କରିଥିଲେ । ନିରଞ୍ଜନ ଏନେଇ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିଥିଲା । ତାଙ୍କ ବିରୋଧରେ ଦଫା ୩୪୧,୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା