Masthead

ଅଜି ଶେଷ ତଥା ପଞ୍ଚମ ଟେଷ୍ଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ । ଗୁରୁବାର ସକାଳେ ଭାରତୀୟ‌ ଖେଳାଳିମା‌େନ ଦେଇଥିବା ଆରଟି-ପିସିଆର୍‌ ଟେଷ୍ଟ୍‌ ନେଗେଟିଭ୍ ଆସିବାରୁ ମ୍ୟାଚ୍‌ ଯଥାରୀତି‌ ଖେଳାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି । ଭାରତୀୟ ଦଳର ଆଉ ଜଣେ ସହକାରୀ ସଦସ୍ୟ କୋଭିଡ୍‌ ପଜିଟିଭ ବାହାରିବାରୁ ଏଭଳି ପ୍ରଶ୍ନବାଚୀ ଲାଗିଥିଲା । ଭାରତୀୟ ଦଳ ମଧ୍ୟ ଗୁରୁବାର ଅଭ୍ୟାସ ନକରି ହୋଟେଲ୍ ଭିତରେ ରହିଥିଲେ ।

ଭାରତୀୟ ଦଳର କୌଣସି ଖେଳାଳି ସଂକ୍ରମିତ ହୋଇନଥିଲେ ମଧ୍ୟ ସହକାରୀ ଫିଜିଓ ଯୋଗେଶ ପାର୍ମରଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ପାର୍ମର ବୁଧବାର ଏକାଧିକ ଭାରତୀୟ ଖେଳାଳିଙ୍କ ଚିକିତ୍ସା କରିଥିଲେ । ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଆଣ୍ଠୁ ଏବଂ ‌ଚେତେଶ୍ବର ପୂଜାରାଙ୍କ ଗୋଇଠି ସମସ୍ୟା ସହିତ ଚତୁର୍ଥ ଟେଷ୍ଟ୍ ଖେଳିନଥିବା ମହମ୍ମଦ ସାମି ଏବଂ ଈଶାନ୍ତ ଶର୍ମାଙ୍କୁ ସେ ଚିକିତ୍ସା କରିଥିଲେ । ସମସ୍ତ ଖେଳାଳିଙ୍କୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ‌ହୋଟେଲ୍ ରୁମ୍‌ରେ ଆବଦ୍ଧ ରହିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ