Masthead

ଓଡ଼ିଶାରେ ପଶିଲେ, ଅଧିକାରୀଙ୍କୁ ଧମକାଇଲେ

ଗଜପତି (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପଶିଲେ ଓଡ଼ିଶା ଅଧିକାରୀଙ୍କୁ ଧମକାଇଲେ । କେବଳ ପ୍ରଶାସନ ନୁହେଁ ଖୋଦ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓଡ଼ିଶାରେ ପଶି ଲୋକଙ୍କ ସହ ବୈଠକ କରିବା ସହ ଗଜପତି ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଖୋଲା ଧମକ ଦେଇଛନ୍ତି । ଗଜପତି ଜିଲ୍ଲା ରାୟଗବା ବ୍ଲକ ମାଣିକପାଟଣାରେ ଓଡ଼ିଶା ଅଧିକାରୀଙ୍କୁ ଧମକାଇଛନ୍ତି ।

ଆନ୍ଧ୍ରମନ୍ତ୍ରୀ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇନେବା ସହ ସେଠାରେ ଥିବା ଓଡ଼ିଶା ଅଙ୍ଗନୱାଡି କେନ୍ଦ୍ରକୁ ଉଡାଇ ଦେବାର ଧମକ ଦେଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଆନ୍ଧ୍ର ସରାରଙ୍କ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ସିଦ୍ଧିରି ଆପଲରାଜୁ ଅଧିକ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ମାଣିକପାଟଣାରେ ପହଂଚି ଖୋଲାଖୋଲି ଦାଦାଗିରି ପ୍ରଦର୍ଶନ କରିଥିଲେ ।

ଏପରିକି ସେଠାରେ ଥିବା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇ ନେବାର ଖୋଲା ଧମକ ଦେଇଥିଲେ । ଏହା ଆନ୍ଧ୍ରର, ତେଣୁ ଏଠାରେ ଚାଲୁଥିବା ଆନ୍ଧନ୍ଦ୍ରର ଅଙ୍ଗନବାଡି କେନ୍ଦ୍ରକୁ ଯିଏ ବନ୍ଦ କରିବ ତାକୁ ଗିରଫ କରାଯିବ ବୋଲି କହିବା ସହ ଏଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବାର ଧମକ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର