Masthead

କେଉଁ ଟିମକୁ ଚିୟର ଅପ କରିବେ ସାରା?

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ହେଉଛି । ତାର କାରଣ ହେଲା ଗତଥର ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ଟିମକୁ ଚାମ୍ପିଅନ ବି କରାଇଥିଲେ । କିନ୍ତୁ ଏ ସିଜିନରେ ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ଜାଗାରେ ସେ ଅଧିନାୟକ ଭାବେ ନେଇଛନ୍ତି ।

ଆଉ ଆଜି ତାଙ୍କର ପୁରୁଣା ଟିମ ଗୁଜୁରାଟ ସହିତ ଲଢେଇ ହେବ । ଯାହା ଚର୍ଚ୍ଚାରେ ଅଛି । ଅନ୍ୟପକ୍ଷରେ ଚର୍ଚ୍ଚା ଏହାକୁ ନେଇ ହେଉଛି କାହିଁକା ନା ଗୁଜୁରାଟ ଟାଇଟନ୍ସର ନୂଆ କ୍ୟାପଟେନ ହେଉଛନ୍ତି ଶୁଭମନ ଗିଲ । ସେ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ସମର୍ଥକ ଭାବେ ସଚିନ ତେନ୍ଦୁଲକର ପ୍ରଥମରୁ ରହି ଆସିଛନ୍ତି । ସେ ପ୍ରଥମେ ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଥିଲେ । ପରବର୍ତ୍ତୀ ସମୟରେ ମେଣ୍ଟର ଭୂମିକାରେ ଦେଖିବାକୁ ମିଳେ ।

ସେହିକ୍ରମରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସେ ସବୁବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ଚିୟର ଅପ କରନ୍ତି । ଏକଥା ବି ସମସ୍ତେ ଜାଣିଛନ୍ତି ଶୁଭମନ ଗିଲଙ୍କ ସହ ତାଙ୍କ ସର୍ମ୍ପକକୁ ନେଇ । ଶୁଭମନ ଗିଲ ଯେତେବେଳେ ଖେଳନ୍ତି ସେ ଚିୟର ଅପ କରିବାକୁ ପହଞ୍ଚି ଯାଆନ୍ତି । ଆଜି ସେ ମୁମ୍ବାଇକୁ ଚିୟର ଅପ କରିବେ ନା ଗୁଜୁରାଟକୁ । କାହିଁକି ନା ଗୋଟେ ପଟେ ତାଙ୍କ ଫେଭରାଇଟ ଟିମ ଅନ୍ୟପକ୍ଷରେ ତାଙ୍କ ଫେଭରାଇଟ ମଣିଷ ଶୁଭମନ ଗିଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା