230511131823-file-imran-khan-031723

 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ । ପାକିସ୍ତାନ ଗଠନରୁ ଆଜି ପର‌୍ୟ୍ୟନ୍ତ ଯିଏ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି ଭୋଗୁଛନ୍ତି ଦୁର୍ଦ୍ଦଶା । ତାଙ୍କ ପରିବାର ଓ ତାଙ୍କ ଦଳ ଡେର ପସ୍ତାଇଛନ୍ତି। କୌଣସି ପଅଧାନମନ୍ତ୍ରୀ ୫ ବର୍ଷ କାର‌୍ୟ୍ୟକାଳ ପୂରଣ କରିପାରିନାହାନ୍ତି । କିଏ ଜେଲ୍ ଯାଇଛି, ତ ଆଉ କିଏ ଜୀବନ ହରାଇଛି । ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ। ଲିଆକତ ଅଲି ଖାନ୍ ୧୯୪୭ ଅଗଷ୍ଟ ୧୫ରେ ହୋଇଥିଲେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ଭାରତରୁ ଅଲଗା ହୋଇ ପାକିସ୍ତାନ ସ୍ୱତନ୍ତ୍ର ଦେଶ ହୋଇଥିବାରୁ, ଥିଲା ଅନେକ ସମସ୍ୟା । ସମସ୍ୟାରର ସାମାଧାନ କରିବାକୁ ସେ ଆପ୍ରାଣ ଉଦ୍ୟମ କରିଥିଲେ । ତଥାପି ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ୧୯୫୧ ଅକ୍ଟୋବର ୧୬ରେ ରାୱଲପିଣ୍ଡିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଲିଆକତ ଅଲି ଖାନଙ୍କ ପରେ ହୁସେନ୍ ସହିଦ ସୁହରାୱର୍ଦ୍ଦି ପାକିସ୍ତାନର ହୋଇଥିଲେ ପ୍ରଧାନମନ୍ତ୍ରୀ । କିନ୍ତୁ ଜାନୁଆରୀ ୧୯୬୨ରେ ଦେଶ ବିରୋଧୀ କାର‌୍ୟ୍ୟ ପାଇଁ ସେ ଗିରଫ ହୋଇଥିଲେ । ଦୀର୍ଘଦିନ ଜେଲରେ ରହିବା ପରେ ତାଙ୍କ ଶରୀର କ୍ଷୀଣ ହୋଇଯାଇଥିଲା । ଜେଲଣୁ ମୁଳୁଳିବାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କପରେ ଜୁଲଫିକର ଅଲ୍ଲି ଭୁଟେଙ୍କ ପାଳି ପଡିଥିଲା । ଦେଶ ବିରୋଧୀ କାର‌୍ୟ୍ୟ ପାଇଁ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ସେପ୍ଟେମ୍ବର ୧୯୭୭ରେ ଗିରଫ କରାଯାଇଥିଲା । ହତ୍ୟା ମାମଲାରେ ତାଙ୍କୁ ୧୯୭୯ରେ ଫାଶି ଦିଆଯାଇଥିଲା । ତାଙ୍କ ଝିଅ ବେନଜିର ଭୁଟ୍ଟୋ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ଦେଶଦ୍ରୋହ ମାମଲାରେ ତାଙ୍କୁ ଅଗଷ୍ଟ ୧୯୮୫ରେ ୯୦ ଦିନ ନଜରବନ୍ଦୀ ରଖାଯାଇଥିଲା । ୧୯୮୬ରେ ସରକାର ବିରୋଧୀ ବୟାନ ପାଇଁ ବେନଜିରଙ୍କୁ ଗିରଫ କରାଯାଇଥିଲା । ୧୯୯୯ ଏପ୍ରିଲରେ ଦୁର୍ନୀତି ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଅଦାଲତ । ପରେ ନୱାଜ ଶରିଫ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ ରାଷ୍ଟ୍ରପତି ପରଭେଜ ମୁଶାରଫ ।

ଜୁଲାଇ ୨୦୧୮ରେ ତାଙ୍କୁ ଓ ଝିଅ ମରିୟମଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ସାହିଦ ଖାକାନ ଅବ୍ବାସୀ ପ୍ରଧାନମନ୍ତ୍ରୀ ଥିବା ବେଳେ ୨୦୧୯ ଜୁଲାଇରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିଲେ । ଜେଲରୁ ମୁକୁଳିବା ପରେ ସେ ରାଜନୀତି ଜୀବନରୁ ସନ୍ୟାସ ନେଇଥିଲେ । ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବା ବେଳେ ସେପ୍ଟେମ୍ବର ୨୦୨୦ରେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ୭ ମାସ ଜେଲରେ ଥିଲେ । ସେତେବେଳେ ପାକିସ୍ତାନରେ ଇମ୍ରାନ ଖାନ୍ ସରକାର ଥିଲା । ଜେଲରୁ ମୁକୁଳିବା ପରେ ସେ ପାକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ସୁଝାଇଥିଲେ ରାଗ । ତୋଷଖାନ ଦୁର୍ନୀତି ଅଭିଯୋଗରେ ଇମ୍ରାନଖାନଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ବିରୋଧରେ ଆସିଥିଲା ଗୋଟିଏ ପରେ ଗୋଟିଏ ଅଭିଯୋଗ । ଏବେ ଇସଲାମାବାଦ ହାଇକୋର୍ଟରୁ ଜାମିନରେ ଖଲାସ ହୋଇଛନ୍ତି । ତଥାପି ତାଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ତା ।

Leave a Reply

Your email address will not be published. Required fields are marked *