Masthead

ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶନିବାର ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତୁଷୁରା, ବେଲପଡ଼ା, ପାଟଣାଗଡ଼ ଏବଂ ବଲାଙ୍ଗିରରେ ଆୟୋଜିତ ସମୁଦାୟ ୬ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଜିଲ୍ଲାରେ ୫୯୫ କୋଟିରୁ ଅଧିକ ଟଙ୍କାର ସମୁଦାୟ ୮୩ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତନ୍ମଧ୍ୟରେ ପ୍ରାୟ ୩ଶହ କୋଟି ବ୍ୟୟ ଅଟକଳରେ ଅପରଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୧୮ କୋଟିର ପାଟଣାଗଡ଼ ବାଇପାସ୍ ଏବଂ ପ୍ରାୟ ୬୬ କୋଟିର ତୁଷୁରା ଏୟାରଷ୍ଟ୍ରିପ୍ ଭଳି ବଡ଼ ପ୍ରକଳ୍ପ ରହିଛି ।

ବଲାଙ୍ଗିର ସହିତ ପାଟଣାଗଡ ଉପଖଣ୍ଡରେ ମଧ୍ୟ କାର୍ଯ୍ୟକ୍ରମ ଥିବାବେଳେ ବେଲପଡା ଲାନ୍ଥ ପ୍ରକଳ୍ପର ଭୁମିପୁଜନ କରିବେ । ଏହା ପରେ ସଡକ ପଥରେ ପାଟଣାଗଡ ଆସି ପାଟଣାଗଡ ନବ ନିର୍ମିତ ଉପଖଣ୍ଡ ଚିକିତ୍ସାଲୟ ଓ ଡାଇଲୋସିସ ସେଣ୍ଟର ଉଦ୍ଘାଟନ କରିବେ ,ଏବଂ ପାଟଣାଗଡ ବାସୀଙ୍କ ବହୁ ପ୍ରତିକ୍ଷିତ ବାଇପାସ ରୋଡର ଭୁମୀ ପୁଜନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଣୁ ପାଟଣାଗଡ ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଜୋରଦାର ଜାରିରଖିଥିବା ବେଳେ ବେଲପଡା ଠାରେ ଅସ୍ଥାୟୀ ହେଲିପେଡ ସହିତ ସଭାସ୍ଥଳ ଓ ପାଟଣାଗଡ ନବ ନିର୍ମୀତ ଉପଖଣ୍ଡ ଚିକିତ୍ସାଲୟ ଠାରେ ସଭାସ୍ଥଳ ଓ ରମାଇ ହାଇସ୍କୁଲ ପଡିଆରେ ଅସ୍ଥାୟୀ ହେଲିପେଡ କରାଯାଇଛି । ସାରା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୫୦ଟି ପ୍ରକଳ୍ପ ପାଇଁ ଆନୁମାନିକ ୮୦୦ କୋଟିର ଉଦଘାଟନ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ