Masthead

ଭାରତ ଉପରେ ନଜର ରଖିଛି ଚୀନ

 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଭିନ୍ନ ଉପାୟରେ ଭାରତ ମହାସାଗରରେ ଚୀନ୍ ନିଜର ସ୍ଥାୟୀ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇଛି । ଗବେଷଣା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିବା ଚୀନ୍ର ଗୁପ୍ତଚର ଜାହାଜଗୁଡ଼ିକ ନିୟମିତ ଭାରତ ମହାସାଗରରେ ଚକ୍କର କାଟୁଛି । ସେତିକି ନୁହେଁ, ଚୀନ୍ର ଯୁଦ୍ଧ ଜାହାଜଗୁଡ଼ିକ ଭାରତ ମହାସାଗରରେ ନିଜ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ମାକ୍ରାନ ଉପକୂଳରୁ ବେଲୁଚିସ୍ତାନ ଉପକୂଳ ପର‌୍ୟ୍ୟନ୍ତ ଚୀନ୍ର ଜାହାଜଗୁଡ଼ିକ ୱାଟର ପ୍ରୋଫାଇଲ ଓ ଅନ୍ୟ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଆସୁଥିବା ବେଜିଂ ବାରମ୍ବାର କହିଆସୁଛି । ପ୍ରକୃତରେ ଏହି ଜାହାଜଗୁଡ଼ିକରେ ଉଚ୍ଚମାନର ସେନ୍ସର ଖଞ୍ଜାଯାଇଛି । ଯାହା ସାର୍ କ୍ରିକ୍ ଅଞ୍ଚଳରେ ଚୀନ୍ ନିର୍ମାଣ କରୁଥିବା ଗ୍ରାଉଣ୍ଡ ଷ୍ଟେସନକୁ ବାର୍ତ୍ତା ପଠାଇବାକୁ ସକ୍ଷମ। ଏହି ଷ୍ଟେସନ ନିର୍ମାଣ ସରିଗଲେ ଜାହାଜର ସେନ୍ସରଗୁଡ଼ିକ ଚୀନ୍କୁ ଅନାୟାସରେ ବାର୍ତ୍ତା ପ୍ରେରଣ କରିପାରିବ। ସର୍ବେକ୍ଷଣ କାମ ସରିଛି ।

ଚୀନ୍ ଟେକ୍ନିସିଆନମାନେ ସଜାଗ ଅଛନ୍ତି।ତେବେ ଭାରତ ମଧ୍ୟ ଚୀନ୍ର ଉଦ୍ଦେଶ୍ୟ ବିଷୟରେ ସଚେତନ ଏବଂ ଏହା ଶ୍ରୀଲଙ୍କାରେ ଅନୁରୂପ କାମ କରିବାକୁ ଚାହୁଛି। କିନ୍ତୁ ସେଥିପାଇଁ ଏପର‌୍ୟ୍ୟନ୍ତ ଉପଯୁକ୍ତ ସ୍ଥାନ ମିଳିପାରି ନାହିଁ। ଅତୀତରେ ଚୀନ୍ର ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ବନ୍ଦରରେ ଲାଗିଥିଲା। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଚୀନ୍ ମଧ୍ୟ ପାକିସ୍ତାନକୁ ଏକ ଗବେଷଣା ଜାହାଜ ଦେଇଛି। ଏହି ଜାହାଜର ନାମ ରିଜୱାନ। ଏହାର ଓଜନ ୪୦୦୦ ଟନ । ,ଡି ଜାହାଜର ଓସାର ୯୨ ମିଟର ।

ଏହି ଜାହାଜ ସାହାଯ୍ୟରେ ପାକିସ୍ତାନ ଗବେଷଣା କାମ କରିପାରିବ । ଚୀନ୍କୁ ତଥ୍ୟ ଦେଇପାରିବ। ଭାରତ ମହାସାଗର ଅଞ୍ଚଳକୁ ଚୀନ୍ ଅଧିକ ଜାହାଜ ପଠାଇବାକୁ ମଧ୍ୟ ଯୋଜନା କରିଛି। ବର୍ତ୍ତମାନ ପାକିସ୍ତାନ ନୌସେନାରେ ଚାରୋଟି ଚୀନ୍ ନିର୍ମିତ ଯୁଦ୍ଧ ଜାହାଜ ଅଛି। ତେବେ ଚୀନ୍ ନିର୍ମିତ ଏକ ବୁଡ଼ା ଜାହାଜ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ପାକିସ୍ତାନ ପାଖରେ ପହଞ୍ଚି ନାହିଁ। ପ୍ରଥମେ ଚୀନ୍ ଚାହୁଥିଲା ଏହାର ବୁଡ଼ା ଜାହାଜ ପାଇଁ ଜର୍ମାନୀରୁ ଇଞ୍ଜିନ ଆଣିବ। କିନ୍ତୁ ର୍ଜମାନୀ ଦେବାକୁ ଆଉ ଆଗ୍ରହୀ ଥିବା ପରି ଜଣାପଡ଼ୁନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା