Masthead

କିଏ ଜିତିବ ୟୁପି, ଆସିଲା ସର୍ଭେ ରିପୋର୍ଟ..

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ୨୦୨୨ରେ ହେବ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ରାଜନୀତି ବି ସରଗରମ । ୟୁପିର ମୁଡକୁ ଦେଶର ମୁଡ ବୋଲି ମଧ୍ୟ ଧରିନିଆଯାଏ । ଏଠାରୁ ଦିଲ୍ଲୀ ରାସ୍ତା ବି ସହଜ ହୋଇଥାଏ । ତେବେ ନିର୍ବାଚନ ଆଗରୁ ୟୁପି ପଲିଟିକ୍ସ ବି ସରଗରମ ହେଉଛି । ବିଜେପିକୁ ମାତ ଦେବାକୁ ବିଭିନ୍ନ ରଣନୀତିର ପ୍ରସ୍ତୁତି ଚଲାଇଛନ୍ତି ପ୍ରତ୍ୟେକ ଦଳ । ପ୍ରଚାର ମଇଦାନରେ ବି ଓହ୍ଲାଇଛନ୍ତି ହେଭିୱେଟ ନେତା । ତେବେ କିଏ ଜିତିବ ୟୁପିବାସୀ କେଉଁଦଳ ଉପରେ ନିଜ ଆସ୍ଥା ପ୍ରକଟ କରିବେ ତାହାକୁ ନେଇ ବି ଆକଳନ ଜାରି ରହିଛି ।

ଏବିପି-ସିଭୋଟର ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଏଠାରେ ବିଜେପି ପୁଣି ଥରେ ବିଜୟ ହାସଲ କରିବ । ରିପୋର୍ଟରେ କୁହାଯାିଛି ଯୋଗୀ ଆଦିତ୍ୟନାଥ ସରକାରକୁ ହଟାଇବାରେ କୌଣସି ଦଳ ସକ୍ଷମ ହେବ ନାହିଁ । ଅଧିକାଂଶ ଲୋକଙ୍କ ଆସ୍ଥା ରହିଛି ବିଜେପି ଉପରେ । ଆଗାମୀ ନିର୍ବାଚନରେ ୪୧.୩% ଭୋଟ ବିଜେପି ପାଇବ । ତେବେ ୨୦୧୭ ନିର୍ବାଚନରେ ବିଜେପି ରାଜ୍ୟ‌ରେ ମୋଟ୍‌ ଭୋଟ୍‌ର ୪୧.୪ ପ୍ରତିଶତ ପାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି(ସପା)ର ଭୋଟ୍‌ ପ୍ରତିଶତ ଆଗାମୀ ନିର୍ବାଚନରେ ୮.୮ ପ୍ରତିଶତ ବୃଦ୍ଧି ପାଇବ।

୨୦୧୭ ନିର୍ବାଚନରେ ସପା ୨୩.୬ ପ୍ରତିଶତ ଭୋଟ୍‌ ପାଇଥିଲା। ୨୦୨୨ ନିର୍ବାଚନରେ ଏହା ୩୨.୪ ପ୍ରତିଶତକୁ ବୃଦ୍ଧି ପାଇବ। ମାୟାବତୀଙ୍କ ନେତୃତ୍ବାଧୀନ ବସପା (ବହୁଜନ ସମାଜ ପାର୍ଟି) ୨୦୧୭‌ରେ ୧୭.୭ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ୨୦୨୨ରେ ଏହା ୨୨.୨ ପ୍ରତିଶତକୁ ବୃଦ୍ଧି ପାଇବ। ବସପାର ଭୋଟ୍‌ ୭.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି।

୧୯୮୯ରୁ ଉତ୍ତରପ୍ରଦେଶରେ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ମାତ୍ର ୫.୬ ପ୍ରତିଶତ ଭୋଟ୍‌ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି। ୨୦୧୭ ଉତ୍ତରପ୍ର‌ଦେଶ ବିଧାନସଭା ନିର୍ବାଚନ‌ରେ କଂଗ୍ରେସ ୬.୩ ପ୍ରତିଶତ ଭୋଟ୍‌ ପାଇଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୪୦୩ ବିଧାନସଭା ଆସନରୁ ୨୪୧ରୁ ୨୪୯ ଆସନରେ ବିଜୟୀ ହେବ ବୋଲି ଏବିପି-ସିଭୋଟର୍‌ ସର୍ଭେରେ ଆକଳନ କରାଯାଇଛି।

ତେବେ ୨୦୧୭ ତୁଳନାରେ ୨୦୨୨ରେ ବିଜେପି ଏବଂ ଏହାର ସହଯୋଗୀ ଦଳର ଆସନ ସଂଖ୍ୟା କମିବ। ୨୦୧୭ ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ୩୨୫ ଆସନରେ ଜିତିଥିଲେ। ଅନ୍ୟପକ୍ଷେ ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ବୃଦ୍ଧି ପାଇବ। ୨୦୧୭ ନିର୍ବାଚନରେ ସପାକୁ ୪୮ ଆସନ ମିଳିଥିବା ବେଳେ ୨୦୨୨ରେ ୧୩୦-୧୩୮ ଆସନ ମିଳିବ। ବସପା ଚଳିତ ଥର ୧୫-୧୯ ଆସନରେ ଜିତିବ ଏବଂ କଂଗ୍ରେସ ୩ରୁ ୭ଟି ଆସନ ମିଳିବ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ