Masthead

‘ବିଜୁଳି ବିଲ ବଢୁଛି କାହିଁକି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିଛି ବିଜୁଲି ଦର । ଯୁନିଟି ପିଛା ବୃଦ୍ଧି ପାଇଛି ୩୦ ପଇସା । ଯାହାକୁ ନେଇ ବିଧାନ ସଭାରେ ଉଠାଇଛି ପ୍ରଶ୍ନ । କଂଗ୍ରେସ ନେତା ତାରା ବାହୀନିପତି ପ୍ରଶ୍ନ କରିଛନ୍ତି ବିଜୁଳି ବିଲ ବଢୁଛି କାହିଁକି । ଅନ୍ୟପଟେ ଦିଲ୍ଲୀ ସରକାର ବିଜୁଳି ବିଲ ଛାଡ କରିଥିବା ବେଳେ ରାଜ୍ୟରେ କାହିକି ବଢୁଛି ବିଜୁଳି ଦର । ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନି ମାତ୍ର ବିଜୁଳି ଦର ଆଦାୟ ନହେବା ସ୍ୱାଗତଯାଗ୍ୟ ପଦକ୍ଷେପ ।

ଏସର୍ମ୍ପକରେ କେଜ୍ରିୱାଲ କହିଛନ୍ତି ସେ ଆମ ଆଦମିକୁ ଖାସ ଆଦମି ବନାଇବା ମୋର ଲକ୍ଷ୍ୟ । ଆମ ଆଦମୀ ୨୪ ଘଣ୍ଟା କାମ କରୁଛି । ମାତ୍ର ତାହା ବଦଳରେ ସେ କ’ଣ ପାଉଛି । ଯଦି ଆମେ ବିଜୁଳି ବିଲ ଛାଡ କରୁଛୁ ତେବେ ସେମାନଙ୍କ ଜୀବନ ଆନନ୍ଦପୂର୍ଣ୍ଣ ହୋଇପାରେ । ଏଭଳି ସ୍ଥିତିରେ ଓଡିଶାରେ ବିଜୁଳି ଦର ବୃଦ୍ଧିକୁ ନେଇ ବିରୋଧି କରିଛନ୍ତି ଗୃହରେ ହଟ୍ଟଗୋଳ । ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଶନିବାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇଛି ।

ଏବେ ସାଧାରଣ ଗ୍ରାହକ ଯୁନିଟ ପିଛା ୨ଟଙ୍କା ୭୦ ପଇସା ଦେଉଥିବା ବେଳେ ଏବେ ୩ ଟଙ୍କା ଦେବାକୁ ବାଧ୍ୟ ହେବେ । ସେହିପରି ୫୦ରୁ ୨୦୦ ଯୁନିଟ ପର୍ଯ୍ୟନ୍ତ ୪ଟଙ୍କା ୮୦ ପଇସା ଦେବେ ଗ୍ରାହକ । ପୂର୍ବରୁ ଗ୍ରାହକଙ୍କୁ ଏନେଇ ଦେବାକୁ ପଡୁଥିଲା ୪ଟଙ୍କା ୫୦ ପଇସା । ଅନ୍ୟପଟେ ମାସିକ ୪୦୦ରୁ ଅଧିକ ଯୁନିଟ ଲାଗି ୬ଟଙ୍କା ୨୦ ପଇସା ଧାର୍ଯ୍ୟ ହୋଇଛି ।

ଏହି ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ତାରିଖ ଠାରୁ ଲାଗୁ କରାଯିବ । ବିପିଏଲ ଓ ଜଳସେଚନ ଗ୍ରାହକଙ୍କ ଶୁକ୍ଲ ଅପରିବର୍ତ୍ତିତ ରହଛିି । ସେହିପରି ମାସିକ ସର୍ବନିମ୍ନ ଫିକ୍ସଡ ଚାର୍ଜ, ଡିମାଣ୍ଡ ଚାର୍ଜ ଓ ମିଟର ଭଡାରେ କୌଣସି ପରିବର୍ତ୍ତର୍ନ ହୋଇନି । ଯାହାକି ଖୁଚୁରା ଯୋଗାଣ ଶୁଳ୍କରେ କେବଳ ୫.୬୦ ପ୍ରତିଶତ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ