୬ ଦିନ ଧରି ନିଖୋଜ ଥିଲେ ବ୍ୟକ୍ତି, ଅଖାବସ୍ତାରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

ନିଆଳି (ବଡ଼ ଖବର ବ୍ୟୁରୋ):୬ଦିନ ଧରି ନିଖୋଜ ଥିଲେ ବ୍ୟକ୍ତି। ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ଘର ନିକଟ ଯୋରରୁ ଅଖାବସ୍ତା ଭିତରେ ଗୁଡ଼ା ହୋଇଥିବା ମୃତଦେହ ଉଦ୍ଧାର ହୋଇଛି । ତାହା ପୁଣି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଳା କସର୍ଦ୍ଦା ଅଂଚଳରେ । ମୃତକ କସର୍ଦ୍ଦା କବିଚନ୍ଦ୍ରପୁର ଗାଁର ପ୍ରକାଶ ସାହୁ ।୬ ଦିନ ଧରି ନିଖୋଜ ଥିଲେ ପ୍ରକାଶ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଆଜି ଘର ନିକଟ ଏକ ପାଣି ଯୋରରୁ ପ୍ରକାଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଏ ଅଖା ବସ୍ତାରୁ ଉଦ୍ଧାର ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍ ଓ ନିଆଳି ପୋଲିସ ଘଟଣାର ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!