‘ଗିର୍ ମତ୍ ଜାନା’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଳିଉଡର କଳାକାର ଚାହାନ୍ତି ଲୋକଙ୍କ ନଜରକୁ ଆସିବା ପାଇଁ । ସେଭଳି ମଲାଇକା ନିଜର ଯୋଗ କରୁଥିବାର ଏକ ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ସେ ନିଜ ଫିଗର ପାଇଁ ବେଶ ଚର୍ଚ୍ଚିତ । ସେ ସୋଶିଆଲ ମିଡିଆରେ ସର୍ବଦା ସକ୍ରିୟ । ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ସେ ଏକ ପାଚେରି ଉପରେ ଚଢି ଯୋଗ କରୁଥିବା ନଜର ଆସିଛନ୍ତି । ସେ ନିଜ ହାତ ଏବଂ ପାଦ ବଳରେ ନିଜକୁ ସମ୍ପୂର୍ଣ୍ଣ ପଛକୁ ବୁଲାଇଛନ୍ତି । ଏହି ଫଟୋରେ ମଲାଇକାଙ୍କୁ ଫ୍ୟାନ୍ସମାନଙ୍କ ସହିତ ଅନେକ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ମଧ୍ୟ ମିଳିଛି । ମଲାଇକାଙ୍କର ଏହି ଫଟୋ ଉପରେ କମେଣ୍ଟ ଦେଇ ସୀମା ଖାନ ଲେଖିଛନ୍ତି ‘ଗିର୍ ମତ୍ ଜାନା’ ଏହା ଏକ ବିପଦପୂର୍ଣ୍ଣ ଯୋଗର ପୋଜ ବୋଲି ଅନେକ ଫ୍ୟାନ୍ସମାନେ କହିଛନ୍ତି ।

ଏହି ଫଟୋ ସେୟାର କରି ମଲାଇକା ଲେଖିଛନ୍ତି- ‘ଏହା ଜାଣି ଏକ ଅଦ୍ଭୁତ ଆରାମ ଅନୁଭବ ହୋଇଥାଏ, ଯାହା କିଛି ହୋଇଗଲେ ବି ଆସନ୍ତାକାଲି ପୁଣି ସୂର୍ୟ୍ୟ ଉଦୟ ହେବ । ଆଜି ଯାହା ଆମ ପାଇଁ ସଂଘର୍ସ ତାହା କେବେ ପୁରୁଣା ଦିନ ହୋଇଯିବ ଯାହା ଉପରେ ଆସନ୍ତାକାଲି ଆମେ ହସିବା । ଜୀବନ ତୁମର ପରୀକ୍ଷା ନିଏ କିନ୍ତୁ ତୁମେ ଯାହା ଅଛ ତାକୁ ବଦଳାଇବାକୁ ଦିଅ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!