Masthead

ତୁଟିଲା ପର୍ଶୁରାମଙ୍କୁ ଅସମ୍ମାନ ଘଟଣାର ବିବାଦ, ପ୍ରତ୍ୟାହୃତ ହେଲା ୨୫ ଦିନର ଧାରଣା

ବଲାଙ୍ଗିର (ବଡଖବର ବ୍ୟୁରୋ):ବିଧାୟକ ସରୋଜ ମେହେର ପର୍ଶୁରାମଙ୍କୁ ଅସମ୍ମାନ ଘଟଣାରେ ଚାଲିଥିବା ବିବାଦ ତୁଟିଛି । ଏଥିସହ ଦୀର୍ଘ ୨୫ ଦିନ ଧରି ଧାରଣାରେ ବସିଥିବା ହିନ୍ଦୁ ସମାଜ ଜାଗରଣ ମଞ୍ଚ ଆନ୍ଦୋଳନରୁ ଓହରିଛି । ରାସ୍ତା ମଝିରୁ ବିଜୁ ବାବୁଙ୍କ ମୂର୍ତ୍ତୀ ହଟିବା ସହ ରାସ୍ତା କଡରେ ଉଭୟ ବିଜୁ ଓ ପର୍ଶୁରାମଙ୍କ ମୂର୍ତ୍ତୀ ସ୍ଥାପନ ନେଇ ଜିଲ୍ଲାପାଳ ଆଦେଶ ଦେଇଥିଲେ । ଏପରିକି ବ୍ଲକ ଛକକୁ ପର୍ଶୁରାମ ଛକ ନାମରେ ନାମିତ କରିବା ପାଇଁ ଏନ୍ଏସିକୁ ମଧ୍ୟ ଆଦେଶ ଦେଇଛନ୍ତି ।

ଏହା ପୂର୍ବରୁ ହିନ୍ଦୁ ସମାଜ ଜାଗରଣ ମଞ୍ଚ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ , ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଓ ବିଧାୟକ ସରୋଜ ମେହେରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରାସ୍ତା ମଝିରୁ ବିଜୁ ମୂର୍ତ୍ତୀ ହଟାଇ ରାସ୍ତା କଡରେ ପର୍ଶୁରାମ ଓ ବିଜୁ ମୂର୍ତ୍ତୀ ସ୍ଥାପନ କଥାରେ ବିଧାୟକ ରାଜି ହୋଇଥିଲେ । ପରେ ଜିଲ୍ଲାପାଳଙ୍କ କୋର୍ଟରେ ହିନ୍ଦୁ ସମାଜ ଜାଗରଣ ମଞ୍ଚ ଓ ପାଟଣାଗଡ଼ ପ୍ରଶାସନିକ ଅଧିକାରୀଙ୍କ ପକ୍ଷ ଶୁଣିଥିଲେ । ଜିଲ୍ଲାପାଳ ଓ ଏବଂ ରାସ୍ତା କଡରେ ପର୍ଶୁରାମ ଓ ବିଜୁ ମୂର୍ତ୍ତୀ ସ୍ଥାପନ ନେଇ ଆଦେଶ ଦେଇଥିଲେ ।

ତେବେ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଭଗବାନ ପର୍ଶୁରାମଙ୍କ ଫଟୋକୁ ସମ୍ମାନର ସହ ବଳଦେବଜୀଉ ମନ୍ଦିରକୁ ନିଆଯାଇଥିଲା । ଏହାପରେ ହିନ୍ଦୁ ଜାଗରଣ ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଥିଲା । ତେବେ ପ୍ରଶାସନ ଦେଇଥିବା ଦୁଇ ମାସ ସମୟ ମଧ୍ୟରେ ଯଦି ସମସ୍ୟାର ସମାଧାନ ନ ହୁଏ ଜାଗରଣ ମଞ୍ଚ ପୁଣି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା