Masthead

କାହିଁକି ଅପରାଧୀଙ୍କ ପ୍ରଥମ ପସନ୍ଦ ପୁରୀ, ପୋଲିସର ନିଷ୍କ୍ରିୟତା କି?

ପୁରୀ(ବଡ଼ ଖବର ବ୍ୟୁରୋ): ଅପରାଧୀଙ୍କ ପେଣ୍ଠସ୍ଥଳି ପାଲଟିଛି ପୁରୀ! ସାମ୍ରଜ୍ୟ ବିସ୍ତାର କରିଛନ୍ତି କିଙ୍ଗ! ନିଜର ସୁରକ୍ଷିତ ଆଡ୍ଡା ଭାବିନେଇଛନ୍ତି ମାଫିଆ । ନିଶା କାରବାର ପାଇଁ ସେଭ୍ ଜୋନ୍ ଭାବି ନିଜର କାର୍ଯ୍ୟକଳାପକୁ ଦିନକୁ ଦିନ ବୃଦ୍ଧି କରିଚାଲିଛନ୍ତି । ପୁରୀ ସହରଠୁ ନେଇ ଜିଲ୍ଲାରେ ବି ମାତିଛନ୍ତି ମାଫିଆ । ଯୁବପିଢି ହେଲେଣି ପଥଭ୍ରଷ୍ଟ । ସମୁଦ୍ର କୂଳରେ ତ ନ କହିଲେ ଭଲ । ବିପଦରେ ପର୍ଯ୍ୟଟକ । ବ୍ଲୁ ଫ୍ଲାଗ ଠାରୁ ଆରମ୍ଭ କରି ପେଣ୍ଠକଟା ଯାଏଁ ଲମ୍ବିଛି ବେପାରୀଙ୍କ ଦୌରାତ୍ମ୍ୟ । ଖାଲି ନିଶା କାରବାର ନୁହେଁ ଜୁଆ ଅଡ୍ଡା ବି ପୁରୀ ଜିଲ୍ଲାରେ ବେଶ ସକ୍ରିୟ । ଜିଲ୍ଲା ବାହାରର ବ୍ୟବସାୟ ହୁଅନ୍ତୁ ଅବା ଜିଲ୍ଲା ଭିତରର ବ୍ୟକ୍ତି ବିଶେଷ ସମସ୍ତେ ସଞ୍ଜନଇଲେ ଏଥିରେ ମାତିଯାଆନ୍ତି । ଯାହା ଆଇନଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁରୀ ସହାର, ଚନ୍ଦନପୁର, ପିପିଲି, ଅସ୍ତରଙ୍ଗ ଭଳି ଅଞ୍ଚଳରେ ବେଶ ଜୁଆ ଖେଳ ଜମୁଛି ।

ତାହା ସହ ଧିରେ ଧିରେ ବି ଦେହ ବ୍ୟବସାୟ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗୁଛି । ଏହି ସାମ୍ରାଜ୍ୟର ବୃଦ୍ଧି ବିସ୍ତାର ପୁରୀ ଜିଲ୍ଲାକୁ ବେଶ ସଙ୍କଟକୁ ଠେଲି ଦେଉଛି । ଯୁବପିଢି ପଥଭ୍ରଷ୍ଟ ହୋଇପଡିଛନ୍ତି । ରାତି ହେଲେ ବାହାରକୁ ବାହାରିବା ବି କଷ୍ଟ ହୋଇଗଲାଣି । ପରିବାର ସହ ସମୁଦ୍ର କୂଳ ବୁଲିଯିବା ବି ଏବେ ଆଉ ସମ୍ଭବ ହୋଇପାରୁନାହିଁ । ଖାଲି ସେତିକି ନୁହେଁ ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ ବି ପୁରୀ ଆସିବାକୁ ଭାବିବାରେ ଲାଗିଲେଣି । ଆଉ ଯିଏ ବି ଅଜାଣତରେ ଥରେ ଆସିଯାଉଛି ସେ ଦ୍ୱିତୀୟ ଥର ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ବିଭିନ୍ନ ସମୟରେ ପରିିଲିକ୍ଷିତ ହେଉଛି । ପୁରୀ ପୋଲିସ ଉପରେ ଏବେ ସାଧାରଣରେ ଆଙ୍ଗୁଳି ଉଠିଲାଣି ? ଖାଲି ପୋଲିସ ନୁହେଁ ଅବକାରୀ ବିଭାଗର ବି ସେମିତି ଆଖି ଦୃଶ୍ୟ ପଦକ୍ଷପ ନାହିଁ । କାହିଁକି ସଠିକ ଭାବରେ ନିଜ କାର୍ଯ୍ୟ କରୁନାହାନ୍ତି ପୋଲିସ ଏବଂ ଅବକାରୀ ବାବୁ ମାନେ ? କାହିଁକି ଏ ଦିଗରେ ଚୁପ୍?

କିଏ ଯଦି କେବେ ଏ ଦିଗକୁ ନେଇ କେଉଁଠି ଆଲୋଚନା କରୁଛି ବିଭାଗ ଜାଣିବାକୁ ପାଇଲେ କିଛି ଦିନ ପାଇଁ ସଜାଗ ହୋଇଯାଉଛି । କିନ୍ତୁ ପରେ ଯେସାକୁ ତେଶା ନିତିରେ ପୋଲିସ । ଯଦି ସଠିକ ଓ ନିୟମିତ ଭାବେ ପ୍ରେଟୋଲିଙ୍ଗ ହୁଅନ୍ତା କିମ୍ବା ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରାଯାନ୍ତା ହୁଏତ ଏଭିଳି ଦୃଶ୍ୟ କି ଏଭଳି ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠନ୍ତା ନାହିଁ । ବେଳେବେଳେ ତ ବୁଦ୍ଧିଜୀବୀଙ୍କ ମହଲରେ ଏହା ବି ଚର୍ଚ୍ଚା ହେଉଛି କି ଅପରାଧି ଓ ପୋଲିସଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇଯାଇଛି । ଏହାରି ଭିତରେ ଜିଲ୍ଲା ବି ପାଇଛି ଜଣେ ଯୁବ ଆଇପିସ୍ ଅଧିକାରୀ ତଥା ଏସ୍ପି । ଏଭଳି ଅପରାଧିଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଜିଲ୍ଲାବାସୀଙ୍କ ସାଙ୍ଗକୁ ପୁରୀକୁ ଆସୁଥିବା ପର୍ଯ୍ୟଟକ କଲେଣି ଦାବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ