Masthead

ନୃସିଂହନାଥଙ୍କୁ ପ୍ରାର୍ଥନାକରି କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କଲେ ନବୀନ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଇଲେକ୍ସନ ଆସୁଛି, ବଦଳୁଛି ନବୀନଙ୍କ ତେୱର । ନିଶାନାରେ କେନ୍ଦ୍ର ମନ୍ତ୍ରୀ ସାକ୍ଷୀ ନୃସିଂହନାଥ । କୁହାଯାଏ ନବୀନ ବିରୋଧୀଙ୍କୁ ସମାଲୋଚନା କରନ୍ତି ନାହିଁ କି ସିଧା ଟାର୍ଗେଟ କରନ୍ତି ନାହିଁ । କିନ୍ତୁ ପଦ୍ମପୁରରେ ପଲିଟିକ୍ସ ଯେମିତି ୨୪ ପାଇଁ ନବୀନଙ୍କ ପ୍ରସ୍ତୁତିର ସଙ୍କେତ ଦେଉଥିଲା । ଆଉ ଥରେ ଶୁଣିନିଅନ୍ତୁ ପାଇକମାଳ ମଞ୍ଚରେ ନବୀନଙ୍କ ଭାଷଣର ସେହି ଅଂଶ । ବର୍ଷେ ଭିତରେ ଜିଲ୍ଲା ହେବ ପଦ୍ମପୁର । ବାଇ ଇଲେକ୍ସନରେ ଦିଆଯାଇଥିବା ପ୍ରତିଶୃତିକୁ ଦୋହରାଇଲେ ସିଏମ । ନିଜେ ଯାହା କହିଥିଲେ ତାହା ପାଳନ କରାଯାଉଛି ବୋଲି ବାର୍ତ୍ତା ଦେଇଥିଲେ । ଏସବୁ ନବୀନଙ୍କ ଚିରାଚରିତ ଷ୍ଟାଇଲ ।

କଥାରେ ନୁହେଁ କାମରେ ବିଶ୍ୱାସ କରୁ ବୋଲି ସ୍ଲୋଗାନ ଦେଇ ଭୋଟ ଟାଣିବାର କୌଶଳ ଜାଣନ୍ତି ମୁଖ୍ୟମନ୍ତ୍ରୀ । ନିଜ ଦଳର ସଫଳତା କଥା କହନ୍ତି । ହେଲେ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରିବା ରଣନୀତି ନବୀନଙ୍କ ପାଖରେ ଦେଖିବାକୁ ମଳୁନଥିଲା । ଅବଶ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଭିବୃଦ୍ଧି ଓ ୨୦୧୯ ନିର୍ବାଚନ ପ।ଇଁ ଆଗ୍ରେସନକୁ ଦେଖି ଏଭଳି ସିଧା ଟାର୍ଗେଟ ଷ୍ଟାଇଲ ଦେଖାଇଥିଲେ ନବୀନ । କିନ୍ତୁ ନିର୍ବାଚନ ପରେ ପୁଣି ପୂରୁଣା କୌଶଳକୁ ଫେରିଯାଇଥିଲେ । ଏବେ ୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରି ଲଢେଇରେ ଶଙ୍ଖନାଦ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶୃତିକୁ ମନେପକେଇବାକୁ ନୃସିଂହନାଥଙ୍କୁ ପ୍ରାର୍ଥନା କରିଥିବା କଥା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ