Masthead

ଥଣ୍ଡା ଦିନରେ କାନ ସମସ୍ୟା ହେଉଛି କି? ଜାଣନ୍ତୁ ଏହାର ଉପଚାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଥଣ୍ଡା ଦିନରେ କାନ ସମସ୍ୟା ଦେଖାଯାଏ । ଅନେକ ଲୋକଙ୍କର କାନ ବିନ୍ଧା ହୋଇଥାଏ । ଶୀତ ଦିନ ଆସିଲେ ଯେଉଁ କିଛି ସମସ୍ୟା ଆଖି ସାମ୍ନାକୁ ଆସେ ସେ ମଧ୍ୟରୁ କାନ ବିନ୍ଧା ସମସ୍ୟା ଅନ୍ୟତମ । କାନ ବିନ୍ଧାହେଲେ ଖୁବ ଜୋରରେ କଷ୍ଟ ହୁଏ । ଦାନ୍ତ ବିନ୍ଧା ଯେମିତି କଷ୍ଟ ଦେଇଥାଏ,କାନ ବିନ୍ଧ୍ୟା ମଧ୍ୟ ସେମିତି କଷ୍ଟ ଦେଇଥାଏ । ଛୋଟ ଛୋଟ ପିଲାମାନଙ୍କର କାନ ବିନ୍ଧାହେଲେ ସେମାନ ଯନ୍ତ୍ରଣାରେ ଚିକ୍ରାର କରନ୍ତି । ଖାଲି ଛୋଟ ପିଲା ନୁହେଁ ବଡ଼ ପିଲା ମଧ୍ୟ କାନ ବିନ୍ଧା ସହି ପାରନ୍ତି ନାହିଁ । ଆମେ ଦେଖିଛୁ ଅନେକ ସମୟରେ ୧୦ରୁ ୧୨ ହେଉ ୧୫ରୁ ୨୦ ବର୍ଷର ପିଲା ମଧ୍ୟ ଅଭିଯୋଗ କରନ୍ତି ଯେ ତାଙ୍କ କାନ ଭିତରେ ଜୋରରେ ଖଡ଼ ଖଡ଼ ଶଦ୍ଦ ହେଉଛି ।

ଆପଣ ଯଦି ଲାଇଟ ପକାଇ ଦେଖିବେ ଆପଣଙ୍କୁ ଦେଖାଯିବ ଯେ କାନରେ କିଛି ନାହିଁ । ଏ ସମସ୍ୟା ଅନେକ ଦିନ ଧରି ଲାଗି ରହିଥାଏ । ବିଶେଷ କରି ଶୀତ ଆସିଲେ ଏ ସମସ୍ୟା ଦେଖାଦିଏ । ଏହାର ଉପଶମ ପାଇଁ ସମସ୍ୟାର ଅନେକ ବ୍ୟବସ୍ଥା କରାଯାଏ । ଉପଶମ ଅନେକ ଘରୋଇ ବ୍ୟବସ୍ଥା କରାଯାଏ । କିନ୍ତୁ ଉପଶମ ହୁଏ ନାହିଁ । ଏ ସମସ୍ୟାର ସମାଧାନ ଦିଗରେ ଅନେକ ଡାକ୍ତର କୁହନ୍ତି ହୁଏତ କାନ ପରଦାର ଭିତର ପାଶ୍ୱର୍ରେ ପାଣି ଜମିଥାଇପାରେ । ଯାହା ଦ୍ୱାରା ଏସମସ୍ୟା ଦେଖା ଦେଇଥାଏ । ଏହାକୁ ଭଲ କରିବା ପାଇଁ ଥଣ୍ଡାର ଚିକିତ୍ସା କରାଯିବା ସହ ଆଣ୍ଟିବାୟୋଟିକ ଖାଇବାକୁ ପଡ଼ିଥାଏ । ତେବେ କାନ ବିନ୍ଧାର କୌଣସି ସମସ୍ୟା ହେଲେ ଉପଯୁକ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ ।

ଏହିଭଳି ଅନେକ ଜଣ ଅଭିଯୋଗ କରନ୍ତି ଯେଉଁ ଦିନ ମୁଣ୍ଡର ସାମ୍ପୁ କରନ୍ତି ସେହି ଦିନ ବାମ ପଟ କିମ୍ବା ଡାହାଣ ପଟ କାନ ଖୁବ ଜୋରରେ ବିନ୍ଧା ହୁଏ । ଅନେକ ଏଥିପାଇଁ ଉଷୁମ କପଡ଼ା ଶେଖ ଦିଅନ୍ତି । ଯେଉଁଥିରେ ସାମୂହିକ ଆରାମ ମିଳିଥାଏ ।କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ହୋଇପାରେ ନାହିଁ । ଏହାର କାରଣ ହୋଇଥାଇ ପାରେ କାନ ବା ମିଡିଲ ଇୟର । କାନ ବାହାରେ ପଙ୍ଗସ ହୋଇଥାଏ । ଯାହାକୁ ଅଟୋମାଇକ୍ରୋସିସ ମଧ୍ୟ କୁହାଯାଏ । ଯେଉଁଥିପାଇଁ ଏଭଳି ସମସ୍ୟା ଉପୁଜି ଥାଏ । ଏଭଳି ସମସ୍ୟା ଦେଖାଦେଲେ ବିଶେଷ ଡେରି ନକରି ଡ଼ାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ । ଡାକ୍ତରଙ୍କ ପରାମର୍ଶ ଓ ରୋଗ ଚିହ୍ନଟ କରିବା ସହ ଔଷଧ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ