Masthead

ମୋଦି ରାହୁଲଙ୍କୁ କାହିଁକି ଡରୁଛନ୍ତି: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦରେ କାହାର ଲାଭ ଏବଂ କାହାର କ୍ଷତି ହେବ ତା’ର ବିଚାର କଲେ ଜାଣିପାରିବେ, ଏହା ପଛରେ କ’ଣ ଅଛି । ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ସେ କ’ଣ ହାସଲ କରିପାରିବେ, ଏକଥା ସେ ନିଜେ ଚିନ୍ତା କରିବା ଦରକାର । ରାହୁଲ ଗାନ୍ଧି ବାରମ୍ବାର ନିର୍ବାଚନ ହାରୁଛନ୍ତି । ଅପଶବ୍ଦ ବା ନିଜ ଜିଭ ଉପରେ ନିୟନ୍ତ୍ରଣ ନ ରଖି ଅଯଥାରେ ଅନ୍ୟକୁ ସମାଲୋଚନା କରିଚାଲିଲେ ଭୋଟ ମିଳିବ ଏକଥା ଭାବିବା ଉଚିତ ନୁହେଁ ।

ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି । ରାହୁଲ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ । ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଚାହୁଁଛନ୍ତି, ଏତେ କ୍ଷମତାର ଅଧିକାରୀ ରାହୁଲ ଗାନ୍ଧିଙ୍କୁ କାହିଁକି ଡରୁଛନ୍ତି । ରାହୁଲଙ୍କୁ ଡରିଲେ ସେ ବିଶ୍ୱଗୁରୁ ହେବେ କିପରି ? ପ୍ରତିପକ୍ଷଙ୍କ ମୁହଁକୁ ବନ୍ଦ କରିବା ପାଇଁ କ୍ଷମତା ଏବଂ କୌଶଳ ପ୍ରୟୋଗ କରଯାଉଥିବା ଯେଉଁ ଅଭିଯୋଗ ହେଉଛି, ତାହା ସ୍ପୃହଣୀୟ ନୁହେଁ । ନରେନ୍ଦ୍ର ମୋଦି ଯେଉଁ ସ୍ତରରେ ଅଛନ୍ତି ଏବଂ ଯେଉଁ ସ୍ତରକୁ ଯିବାକୁ ଚାହୁଁଛନ୍ତି ଏ କୌଶଳ ଆଦୌ ସ୍ପୃହଣୀୟ ନୁହେଁ । ରାହୁଲ ଗାନ୍ଧୀ ପୁଣି ଲୋକମାନଙ୍କ ଆଦରଣୀୟ ହେବାକୁ ଚାହୁଁଛନ୍ତି। ସେ ମଧ୍ୟ ନିଜ ଜିହ୍ୱା ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା