Masthead

ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ କି ମମତା?

କୋଲକାତା(ବଡ଼ ଖବର ବ୍ୟୁରୋ): ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ପ୍ରଥମ ଥର ପାଇଁ ଜୁଲାଇ ୨୫ରେ ଦିଲ୍ଲୀ ଯିବେ ଦିଦି । ଏହି ଗସ୍ତରେ ସେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରମୁଖ ବିରୋଧୀ ଦଳର ନେତା ମାନଙ୍କୁ ଭେଟିବେ । ଏଥିରେ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ମଧ୍ୟ ଆଲୋଚନା କରିପାରନ୍ତି ମମତା । ସେପଟେ ମମତାଙ୍କ ଦିଲ୍ଲୀ ଗସ୍ତ ଖବର ଆସିବା ପରେ ସରଗରମ ହେବାରେ ଲାଗିଲାଣି ଜାତୀୟ ରାଜନୀତି । ମମତା ତାଙ୍କ ଗସ୍ତରେ ସୋନିଆ ଗାନ୍ଧୀଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ସେପଟେ ଏହି ସମୟରେ ସଂସଦରେ ମୌସୁମୀ ଅଧିବେଶନ ମଧ୍ୟ ଚାଲିଥିବ । ଏହି ସମୟରେ ସରକାରଙ୍କୁ ଘେରିବାକୁ କି ରଣନୀତି ଆପଣାଇବେ ସେ ନେଇ ମଧ୍ୟ ଆଲୋଚନା କରିବେ ବିରୋଧି ଦଳ । ତେବେ ସଂସଦର ପ୍ରତିଟି ଅଧିବେଶନ ପୂର୍ବରୁ ବିରୋଧୀମାନେ ଏକାଠି ହୋଇ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଥାନ୍ତି । ମହାମାରୀ ପାଇଁ ଏପର୍ଯ୍ୟନ୍ତ ବିରୋଧୀ ଦଳ ଗୁଡ଼ିକ ବୈଠକ କରିପାରିନାହନ୍ତି । ଏପଟେ ତୃଣମୂଳ କଂଗ୍ରେସ ଦଳର ଏକ ପ୍ରତିନିଧିମଣ୍ଡଳ (ଯାହା ମଧ୍ୟରେ ୬ ଜଣ ସାଂସଦ ସାମିଲ ଅଛନ୍ତି) ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ