Masthead

ଭୋଟ ବର୍ଜନ ଚେତାବନୀ

ସିନାପାଲି (ବଡ଼ ଖବର ବ୍ୟୁରୋ): ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ବାସ୍ତବରେ ଯୋଜନା ଗ୍ରାମାଞ୍ଚଳରେ ଠିକ ଭାବେ ପହଞ୍ଚି ପାରୁନି। ନୂଆପଡା ଜିଲା ସିନାପାଲି ବ୍ଲକ ଘଟମାଲ ଗ୍ରାମପଞ୍ଚୟତ ଚିତାରମା ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳଠାରୁ ଆରମ୍ଭ କରି ବିଦ୍ୟୁତ୍ ବ୍ୟବସ୍ଥା ଭଳି ମୌଳିକ ସୁବିଧାରୁ ବାଦ୍ ପଡିଛି । ଏଥିପାଇଁ ଗ୍ରାମବାସୀ ୨୦୨୪ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି । ନିର୍ବାଚନ ଆସିଲେ ଗାଁକୁ ଆସି ନେତାମାନେ ଅନେକ ପ୍ରତିଶ୍ରୁତି ଦିଅନ୍ତି ।

କିନ୍ତୁ ନିର୍ବାଚନ ପରେ ସେହିସବୁ ପ୍ରତିଶ୍ରୁତିରେ ସୀମିତ ରହିଯାଏ । ସିନାପାଲି ବ୍ଲକ ଠାରୁ ପ୍ରାୟ ମାତ୍ର ୨୫ କି.ମି. ନଙ୍ଗଳବୋର୍ଡ ଘଟମାଲ ସଂରକ୍ଷଣ ଜଙ୍ଗଲ ପାଦ ଦେଶରେ ଥିବା ଏହି ଗାଁ ଦୁର୍ଗମ ଓ ମାଓବାଦୀ ପ୍ରବଣ ହୋଇଥିବାରୁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ୟ ପଡ଼ି ନ ଥାଏ। ଫଳରେ ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ଲୋକେ ଜାଣିପାରନ୍ତି ନାହିଁ କିମ୍ବା ସେସବୁର ଲାଭ ମଧ୍ୟ ଉଠାଇ ପାରନ୍ତି ନାହିଁ । ଏହି ଆଦିବାସୀ ଗ୍ରାମର ଲୋକଙ୍କ ନା ବଦଳି ପାରିଛି ରାସ୍ତାର ସମସ୍ୟା ନା ପାଣିର ସମସ୍ୟା, ଗାଁ ରେ ସାତସପନ ବିଦ୍ୟୁତ କି ସ୍ବାସ୍ଥ୍ୟ ସେବା ପାଇଁ ପାରୁନାହାନ୍ତି ।

ଆଜି ବି ଗାଁର ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଉଛନ୍ତି। ଗମନାଗମନର ସୁବିଧା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚୁ ନାହିଁ । ଫଳରେ ପ୍ରସୂତୀଙ୍କୁ ବାଧ୍ୟ ହୋଇ ପରିବାର ଲୋକେ ଖଟିଆ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥାନ୍ତି । ଯଦି ନିର୍ବାଚନ ପୂର୍ବରୁ ବିଦ୍ୟୁତ (ଲାଇଟ )ନ ଲଗେଇଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ