Masthead

ବିନା ଫିଲ୍ମରେ ରଜ, ସବୁ ଫିକା ଫିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରଜବଜାର ଏବେ ଫିକା ପଡ଼ିଛି । ଚିନ୍ତାରେ କଳାକାର ଓ କଳାକୁ ନିର୍ଭର କରି ରହୁଥିବା ଲୋକ । ରଜ ବଜାରରେ କଟକଣା । ଓଡ଼ିଶାରେ ଫିଲ୍ମ ଗୁଡ଼ିକ ସାଧାରଣ ଭାବେ ରଜକୁ ଅପେକ୍ଷା କରିଥାନ୍ତି । ରଜ ଆସିବା ମାତ୍ରେ ପ୍ରତିଯାଗିତା ମୂଳକ ଭାବେ ଫିଲ୍ମ ରିଲିଜ କରାଯାଏ । ନୂଆ ନୂଆ ଫିଲ୍ମ ନେଇ କଳାକାର ମାନେ ଆସିଥାନ୍ତି ଦର୍ଶକଙ୍କ ପାଖକୁ । କିନ୍ତୁ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଲ ଗୁଡ଼ିକୁ ବନ୍ଦ ରଖାଯାଇଛି ।

ଅବଶ୍ୟ ଓଟିଟି ପ୍ଲାଟଫର୍ମରେ କିଛି ଫିଲ୍ମ ରିଲିଜ କରାଯାଉଛି । ତଥାପି ହଲରେ ରିଲିଜ କରିବା ଦ୍ୱାରା ଯେଉଁ ଲାଭ ହେଉଥିଲା ତାହା କମିଛି ନିଶ୍ଚୟ । ଯାହାକୁ ନେଇ ଚିନ୍ତାରେ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରି । କରୋନା ପାଇଁ ଏକପ୍ରକାର ହାତବାନ୍ଧି ବସିଛନ୍ତି କଳାକାର । ସେପଟେ ସିନେମା ହଲ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକଙ୍କ ଅବସ୍ଥା ମଧ୍ୟ ଶୋଚନୀୟ । ଲକଡାଉନ ଯୋଗୁଁ ସେମାନଙ୍କ ରୋଜଗାର ବାଧାପ୍ରାପ୍ତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା