Masthead

‘କର୍ତ୍ତବ୍ୟ ପଥ’ର ଫୁଟ୍‌ପାଥ୍‌ରେ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ପଳାଇଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୌନ ଶୋଷଣ ଅଭିଯୁକ୍ତ ଏବଂ ଭାରତୀୟ କୁସ୍ତି ମହାସଂଘରେ ଏକଛତ୍ରବାଦ ଚଳାଇଥିବା ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ପହେଲମାନ୍‌ଙ୍କ ଅଭିଯୋଗର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଅଣଦେଖା କରାଯିବା କାରଣରୁ ବଜରଙ୍ଗ ପୁନିଆ ‘ପଦ୍ମଶ୍ରୀ’ ଫେରାଇବା ନିଷ୍ପତ୍ତି ନେଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦିଲ୍ଲୀ ପୁଲିସ ଅଟକାଇବାରୁ ପଦ୍ମଶ୍ରୀ ପୁରସ୍କାରକୁ ଫୁଟ୍‌ପାଥ୍‌ରେ ରଖି ଫେରିଯାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଚିଠି ସହିତ ସେ ପଦ୍ମଶ୍ରୀ ପୁରସ୍କାରକୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି। ଏହା ପୂର୍ବରୁ ସେ ସୋଶାଲ ମିଡିଆ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ପଦ୍ମଶ୍ରୀ ପୁରସ୍କାର ଫେରାସ୍ତ କରୁଥିବା କଥା ଲେଥିଲେ। ସେ ଆହୁରି କହିଥିଲେ, ମୁଁ ପୂର୍ବରୁ ଯାହା କହିଥିଲି, ଏବେ ବି କହୁଛି। ଆମେ ଆମ ଝିଅ ଓ ଭଉଣୀଙ୍କ ପାଇଁ ଲଢ଼ୁଛୁ। ଆମେ ସେମାନଙ୍କ ଠାରୁ ନ୍ୟାୟ ପାଇଲୁ ନାହିଁ। ସେଥିପାଇଁ ମୁଁ ଭାବିଲି ଯେ ମୁଁ ଏହି ସମ୍ମାନର ଅଧିକାରୀ ନୁହେଁ। ମୁଁ ମୋ ପୁରସ୍କାର ଫେରାଇ ଦେବା ପାଇଁ ଆସିଥିଲି। ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲି ନାହିଁ। କାରଣ ମୁଁ ପୂର୍ବରୁ ଏନେଇ ସମୟ ମାଗି ନଥିଲି। ପ୍ରଧାନମନ୍ତ୍ରୀଙ୍କର ବ୍ୟସ୍ତ କାର୍ୟ୍ୟସୂଚୀ ରହିଛି।

ତେଣୁ ମୁଁ ମୋ ପୁରସ୍କାର ଏଠାରେ ଛାଡ଼ି ଚାଲି ଯାଉଛି। ମୁଁ ଏହାକୁ ଆଉ ମୋ ଘରକୁ ଫେରାଇ ନେବି ନାହିଁ। ଚଳିତବର୍ଷ ପ୍ରାରମ୍ଭରେ ହିଁ ଭାରତୀୟ ପହେଲ୍‌ମାନଙ୍କ ଏକ ଗ୍ରୁପ୍ ଭାରତୀୟ କୁସ୍ତି ମହାସଂଘରେ ବ୍ରିଜ୍‌ଭୂଷଣ ସିଂହଙ୍କ ମନୋମୁଖି କାର୍ଯ୍ୟ ଓ ଏକଛତ୍ରବାଦ ବିରୋଧରେ ଆନ୍ଦୋଳନ ପ୍ରଦର୍ଶନ କରିଆସୁଛନ୍ତି । ମହିଳା ପହେଲମାନମାନେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । ବ୍ରିଜ୍‌ଭୂଷଣ ବିଜେପି ସାଂସଦ ହୋଇଥିବା ବେଳେ ଦୀର୍ଘବର୍ଷ ଧରି କୁସ୍ତି ମହାସଂଘର ଅଧ୍ୟକ୍ଷ ଥିଲେ । ତେବେ ପହେଲମାନଙ୍କ ଦୀର୍ଘ ଆନ୍ଦୋଳନ ପରେ ନିକଟରେ ତାଙ୍କୁ ଅଧ୍ୟକ୍ଷ ପଦକ ଛାଡ଼ିବାକୁ ପଡ଼ିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ