Masthead

ବଜ୍ରପାତରେ ଜୀବନ ଗଲା

ବାଙ୍କୀ (ବଡ଼ ଖବର ବ୍ୟୁରୋ): ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା ବିଲିପଡ଼ା ପଞ୍ଚାୟତ ବିଲିମନ୍ତ୍ରୀ ସାହିରେ ଘଟିଛି ଏହି ଦୁଃଖଦ ଘଟଣା । ମୃତା ମହିଳା ହେଲେ ସୁଲୋଚନା ନାଏକ । ସେ ବିଲକୁ ଯାଇଥିବା ବେଳେ ବଜ୍ରଘାତରେ ତାଙ୍କ ମୃତ୍ୟୁ ହୋଇଛି । ହରିଜନ ସଂପ୍ରଦାୟର ଗରିବ ଲୋକ ହୋଇଥିବାରୁ ସୁଲୋଚନାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ଲାଗି ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ଓ ସାହିଲୋକେ ।
ସୁଲୋଚନା ମଙ୍ଗଳବାର ବିଲକୁ କାମ କରିବା ଲାଗିଯାଇଥିଲେ । ମାତ୍ର ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ବାଙ୍କୀ ଥାନାରେ ହୋଇଥିଲା ନିଖୋଜ ଅଭିଯୋଗ । ପରେ ବିଲରେ ସୁଲୋଚନା ପଡିଥିବା ପରିବାର ଲୋକେ ଦେଖିଥିଲେ । ପୋଲିସକୁ ଖବର ଦେବାପରେ ମୃତଦେହ ଉଦ୍ଧାର କରାଯାଇଥିଲା । ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା କି ସୁଲୋଚନାଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା