Masthead

ହାତୀ ଆକ୍ରମଣରେ ମହିଳା ମୃତ

ପରଜଙ୍ଗ (ବଡ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ ରେଞ୍ଜ ଜାମୁନାଳି କେନାଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କର ହୋଇଛି ମୃତ୍ୟୁ । ମୃତ ମହିଳା ପରଜଙ୍ଗ ଥାନା ଅନ୍ତର୍ଗତ ରେଣ୍ଠାପାଟ ପଞ୍ଚାୟତ ପାଣି ଗେଙ୍ଗୁଟିଆ ଗ୍ରାମର କୁମ ବେହେରା । ଗତକାଲି ଠାରୁ କୁମ ଧାନ କାଟିବାକୁ ଯାଇ ଘରକୁ ଫେରିନଥିଲେ । ପରିବାରଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ। ଆଜି ତାର ମୃତଦେହ ଜାମୁନାଳି ଗ୍ରାମ କେନାଲ ନିକଟରେ ଦେଖିବାକୁ ପାଇଥିଲେ ।

ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିଲେ । ଫଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ମୃତକ ପରିବାରକୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ଓ ନରହନ୍ତା ଦନ୍ତାକୁ ଏ ଅଞ୍ଚଳରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ । ମହାବୀର ରୋଡ ରେଞ୍ଜର ସହାୟତା ରାଶି ଓ ତୁରନ୍ତ ସ୍ଥାନାନ୍ତର ପ୍ରତିଶୃତି ପରେ ଉତ୍ତେଜନା ଶାନ୍ତ ପଡିଥିଲା। ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପରଜଙ୍ଗ ଅଞ୍ଚଳରେ ୪୦ଟି ହାତୀ ରହିଥିବା ମହାବୀର ରୋଡ଼ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ