Masthead

୨୦୨୨ ମହିଳା ବିଶ୍ୱକପ ଲାଗି ଜାରି ହେଲା ସୂଚୀ ତାଲିକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୨ ମହିଳା ବିଶ୍ୱକପ ପାଇଁ ଜାରି ହୋଇଛି ସୂଚୀ ତାଲିକା । ୨୦୨୨ରେ ନ୍ୟୁଜଲ୍ୟାଣ୍ଡରେ ଆରମ୍ଭ ହେବାକୁ ଯାଉଥଇବା ଏହି ବିଶ୍ୱକପରେ ଭାରତ ମାର୍ଚ୍ଚ ୬ରୁ ତା’ର ଅଭିଯାନ ଆରମ୍ଭ କରିବ । ବିଶ୍ୱର ଶ୍ରେଷ୍ଠ ୬ ଦଳକୁ ନେଇ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଘୋଷିତ ୬ ଆୟୋଜକ ସହର ଓ ଭେନ୍ୟୁ ଅପରିବର୍ତ୍ତିତ ରହିଛି । ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ତାରିକ ପର୍ଯ୍ୟନ୍ତ ଏହି ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ । ଆୟୋଜକ ନ୍ୟୁଜଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିବା ବେଳେ ୩ ଦଳ ଯୋଗ୍ୟତା ପର୍ଯ୍ୟାୟରେ ଆସିବେ । ଯୋଗ୍ୟତା ପର୍ଯ୍ୟାୟ ଆସନ୍ତା ବର୍ଷ ଜୁନ୍ – ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।

ଗତକାଲି ଆଇସିସି ଏହି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥିରେ ମୋଟ ୩୧ ଟି ମ୍ୟାଚ ଖେଳାଯିବ । ୱେଲିଂଟନରେ ଫାଇନାଲରେ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୬ରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ସେହିପରି ମାର୍ଚ୍ଚ ୧୨ ଓ ୨୨ରେ ଭାରତ ଅନ୍ୟ ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦଳକୁ ଭେଟିବ । ଏହି ଦୁଇଟି ଯାକ ମ୍ୟାଚ ହାମିଲଟନର ସେଡନ୍ ପାର୍କରେ ଖେଳାଯିବ । ଗତବର୍ଷ ବିଶ୍ୱକପ ଉପ ବିଜେତା ଭାରତ ଲଗାତର ଭାବରେ ଆଇସିସି ଟୁର୍ଣ୍ଣମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଆସୁଛି । ଯଦି ଆମେ ୨୦୨୨ ବିଶ୍ୱକପ ବିଜେତା ହେଉ ତାହାଲେ ପରବର୍ତ ପିଢ଼ୀ ପାଇଁ ଏକ ପ୍ରେରଣା ହେବ ବୋଲି କହିଚନ୍ତି ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ୍ । ଘୋଷିତ ସୂଚୀ ଅନୁସାରେ ପ୍ରତ୍ୟେକ ୮ ଦଳ ପରସ୍ପର ସହ ଥରେ ମାତ୍ର ମୁହାଁମୁହିଁ ହେବେ । ଶେଷରେ ଶ୍ରେଷ୍ଠ ୪ ଦଳ ହିଁ ସେମିଫାଇନାଲ ଯିବେ । ୱେଲିଂଟନରେ ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ଫାଇନାଲ ମଧ୍ୟ ୱେଲିଂଟନରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା