ବିଜେଡିକୁ ଭୋଟ ନଦେବାରୁ ସରକାରଙ୍କ ଖାଉଟି ସାମଗ୍ରିରୁ ବଞ୍ଚିତ ହିତାଧିକାରୀ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଭୋଟ ନଦେବାରୁ ସରକାରଙ୍କ ଖାଉଟି ସାମଗ୍ରିରୁ ବଞ୍ଚିତ ହେଲେ ୧୦୦ରୁ ଅଧିକ ପରିବାର । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଟପୁର ପଞ୍ଚାୟତରେ। ୧୦୦ରୁ ଅଧିକ ରାସନ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀମାନେ ଚାନ୍ଦବାଲି ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଘଟପୁର ପଞ୍ଚାୟତର ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ପ୍ରମିଳା ବାରିକ ଗତ ଡିସେମ୍ବର ମାସ ଓ ଚଳିତ ଜୁନ ମାସ ଏପରି ଦୁଇ ମାସର ଚାଉଳ ନଦେଇ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ ।

ଶହେ ହିତାଧିକାରୀଙ୍କର ଦୁଇ ମାସର ଚାଉଳ ଦେଇନଥିବା ବେଳେ ଦଶରୁ ପନ୍ଦର ହିତାଧିକାରୀଙ୍କରମାନଙ୍କୁ ସାତ ମାସର ଚାଉଳ ଦେଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟପୁର ସାତ ନମ୍ବର ୱାର୍ଡର ନଦିଆଚାନ୍ଦ ବଳଙ୍କ ଅଭିଯୋଗ ତାଙ୍କର ଦୁଇ ମାସର ଚାଉଳ ଡିଲର ପ୍ରମିଳା ବାରିକ ଦେଇନଥିବା ବେଳେ ତାଙ୍କ ଖାତାରେ ଅଗ୍ରିମ ଦୁଇ ମାସ ଜୁଲାଇ, ଅଗଷ୍ଟ ମାସର ଚାଉଳ ଇସୁ କରାଯାଇଛି । ଚାଉଳ ପାଇନଥିବା ହିତାଧିକାରୀମାନେ ଚାଉଳ ଆଣିବାକୁ ବାରମ୍ବାର ଡିଲର ପାଖକୁ ଗଲା ବେଳକୁ ବିଜେଡିକୁ ଭୋଟ ଦେଇନାହିଁ ବୋଲି ତୁମକୁ ଚାଉଳ ବନ୍ଦ କରି ଦିଯାଇଛି କହୁଛନ୍ତି ଉକ୍ତ ଡିଲର । ପ୍ରାୟ ପାଞ୍ଚସହ କୁଣ୍ଟାଲ ଚାଉଳ ହେରେଫେର ହୋଇଛି ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀମାନେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଁ ଗାଁ ରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ମାଗଣାରେ ଚାଉଳ ପଠାଉଛନ୍ତି ହେଲେ ଚାଉଳ ବଣ୍ଟନ ଦାଇତ୍ୱରେ ଥିବା ଡିଲରମାନେ ବିଡିଓ ଓ ଯୋଗାଣ ଅଧିକାରୀଙ୍କୁ ହାତ ବାରିସୀ କରି ହିତାଧିକାରୀଙ୍କ ଚାଉଳ ହଡ଼ପ କରି ନିଜର ପକେଟ ଗରମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଘଟପୁର ପଞ୍ଚାୟତର ଖାଉଟି ହିତାଧିକାରୀମାନେ । ଏହି ପଞ୍ଚାୟତଟି ଖୋଦ ବ୍ଲକ ଉପାଧ୍ୟାକ୍ଷ୍ୟଙ୍କ ନିଜ ପଞ୍ଚାୟତ ହୋଇଥିଲେ ମଧ୍ୟ ପଞ୍ଚାୟତବାସୀଙ୍କୁ ମିଳୁନି ନ୍ୟାୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶତାଧିକ ଲୋକ ।

ବାରମ୍ବାର ଦୌଡ଼ି ଦୌଡ଼ି ଚାଉଳ ନମିଳିବା ପରେ ଗତ ୧୯ ତାରିଖ ଏହି ହରିଲୁଟ ବାବଦରେ ଚାନ୍ଦବାଲି ବିଡ଼ିଓ ଅସିତ କୁମାର ମହାନ୍ତିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହିତାଧିକାରୀମାନେ । ତାହା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ନିଜର ଅସନ୍ତୋଷ ଜାହିର କରିବା ସହ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସାତଦିନ ଭିତରେ ଯଦି ସମ୍ପୃକ୍ତ ଡିଲରଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଚାନ୍ଦବାଲି ବିଡ଼ିଓଙ୍କ ନାଁରେ ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଫେରାଦ ହେବେ ବୋଲି ପ୍ରକାଶ କରିଛନ୍ତି ହିତାଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!