Masthead

କ୍ରିକେଟ ବିଶ୍ୱକପ, ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ବିଶ୍ୱକପ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା । ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ୨ ଟାଇଟଲ୍ ଫେଭରିଟ୍ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ବାହିନୀ । ମ୍ୟାଚ୍ ଜିତି ସେମିରେ ଜାଗା ପକ୍କା କରିବାକୁ ଲଢ଼ିବ ଦକ୍ଷିଣ ଆଫ୍ରିକା ।ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି । ୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୭ଟିରୁ ୬ଟିରେ ବିଜୟ ଲାଭ କରି ଦ୍ବିତୀୟରେ ରହିଛି ଦକ୍ଷିଣ ଆଫ୍ରିକା ।

ସେମିଫାଇନାଲ ପୂର୍ବରୁ ଆଜିର ମ୍ୟାଚ ଜିତି ନିଜର ଦବଦବା ଜାହିର କରିବାକୁ ଉଭୟ ଟିମ୍ ରଣନୀତି କରିଛନ୍ତି । ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବାବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛି । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଛି । ଦଳର ସମସ୍ତ ଖେଳାଳି ଫର୍ମରେ ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଏଯାଏଁ ଟିମ୍ ଇଣ୍ଡିଆ ଅପରାଜିତ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ