Masthead

କଂଗ୍ରେସ ଛାଡ଼ିବେ କ୍ୟାପଟେନ !

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ):ପଞ୍ଜାବ କଂଗ୍ରେସରେ ଚାଲିଥିବା କନ୍ଦଳ ଏବେ ଚରମସୀମାରେ । ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ସୋନିଆ ଗାନ୍ଧିଙ୍କୁ ଚେତାବନୀ ଦେଇଥିବା ସୂଚନା ମିଳିଛି । ଅମରିନ୍ଦର ସିଂ ସୋନିଆଙ୍କୁ ସିଧାସଳଖ କହିଛନ୍ତି ଯେ, ଏଭଳି ଅପମାନ ବହୁତ ହେଲା । ଏହା ତୃତୀୟ ଥର ପାଇଁ ହେଉଛି । ଅପମାନିତ ହୋଇ ମୁଁ ଦଳରେ ରହିପାରିବି ନାହିଁ । ତେବେ ଅନେକ ଦିନ ହେବ ପଞ୍ଜାବ କଂଗ୍ରେସରେ କନ୍ଦଳ ଲାଗି ରହିଛି ।

ନବଜ୍ୟୋତ ସିଂ ସିଦ୍ଧୁ ଓ କ୍ୟାପଟେନ ଅମରିନ୍ଦର ସିଂଙ୍କ ମଧ୍ୟରେ କ୍ଷମତା ପାଇଁ ଖୋଲାଖୋଲି ଯୁଦ୍ଧ ଚାଲିଛି । ଅନେକ ଭାବୁଥିଲେ ଯେ, ସିଦ୍ଧୁ ପଞ୍ଜାବର ସଭାପତି ହେବା ପରେ ସବୁ କିଛି ଠିକ ହୋଇଯିବ । କିନ୍ତୁ ଏହା ଠିକ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ବିଧାୟକ ମାନେ କ୍ୟାପଟେନ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଜିଦ୍ କରୁଥିବା ଜଣାପଡ଼ିଛି । ଆଜି ବିଧାୟକ ମାନଙ୍କର ଏକ ବୈଠକ ରହିଛି । ଆଉ ଏହା ପୂର୍ବରୁ କ୍ୟାପଟେନଙ୍କ ସୋନିଆଙ୍କୁ ଏପରି ଚେତାବନୀ ଆସିଛି । ବୈଠକରେ ଦଳର ପରବର୍ତ୍ତୀ ନେତା ଚୟନ କରାଯିବ ବୋଲି ଜଣାପଡ଼ିଛି ।

ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନେତୃତ୍ୱ ପରିବର୍ତ୍ତନ କରିବା ଉପରେ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। କୁହାଯାଉଛି, କ୍ୟାପ୍‌ଟେନ୍‌ଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସୁନୀଲ ଜାଖଡ଼ ବା ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ପ୍ରତାପ ସିଂହ ବାଜୱା ବା ବିଅନ୍ତ ସିଂହଙ୍କ ନାତି ତଥା ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ଦାୟିତ୍ୱ ଦିଆଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇସ୍ତଫା ଦେବେ ବ୍ରିଟେନ୍ ପିଏମ! 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଇସ୍ତଫା ଦେବେ ବ୍ରିଟେନ୍ ପିଏମ! 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ