Masthead

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଝିଅକୁ ବଞ୍ଚାଇବା ପାଇଁ ମାଆର ଆକୁଳ ନିବେଦନ

ସୋର(ବଡ଼ ଖବର ବ୍ୟୁରୋ): ବାହାଘରକୁ ହୋଇଛି ମାତ୍ର ଚାରି ମାସ । କାନ୍ଥରୁ ଲିଭିନି ଚିତା । ହେଲେ ଜୀବନ ଏବେ ସାରୁ ପତ୍ରରେ ବନ୍ଧା ହୋଇଛି । ବାପ ଘରଠୁ ଆରମ୍ଭ କରି ଶାଶୁଘର, ସମସ୍ତେ ଏବେ ଚିନ୍ତାରେ । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତ ରାହାଣିଆଗଞ୍ଜ ଗ୍ରାମର ଗଙ୍ଗାଧର ବେହେରାଙ୍କ ଝିଅ ଶୁଭ୍ରାଲିନ। ଶୁଭ୍ରାଲୀନଙ୍କର ଗତ ୨୦୨୩ ମସିହା ଫେବୃଆରୀ ମାସ ରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ଗ୍ରାମର ଭାଗବତ ବିଶ୍ୱାଳଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା ।ସବିକିଛି ଠିକ ଠାକ ଚାଲିଥିବା ବେଳେ ହଠାତ ଶୁଭ୍ରାଲିନଙ୍କ ଦେହ ଅସୁସ୍ଥ ହୋଇଥିଲା। ଶଶୁର ଘର ଲୋକେ ବୋହୁକୁ ନେଇ କଟକ ମେଡ଼ିକାଲରେ ଡାକ୍ତରଙ୍କୁ ଦେଖାଇ ଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଶୁଭ୍ରଲିନଙ୍କର ଦୁଇଟି କିଡିନ ନଷ୍ଟ ହୋଇଥିବାର ଜାଣିବାକୁ ପାଇଥିଲେ। ହେଲେ ବୈବାହିକ ଜୀବନରେ ପ୍ରଥମ ପାହୁଚରେ ପାଦ ଦେଉଦେଉ ଝିଅ ଜୀବନ ପ୍ରତି ଏମିତି ଏକ ବିପଦ ମାଡି ଆସିଲା ଯାହା ଶୁଣି ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା। ଯାହା ସ୍ୱାମୀ ଓ ଶଶୁର ଘରକୁ ଦୁଃଖ ଦେବା ସହିତ ନିଜ ବାପା ମାଙ୍କୁ ଦୁଃଖ ସାଗରରେ ବୁଡାଇ ଦେଇଛି।

https://youtu.be/9hXiQaFRKmc

ଶେଷରେ ଜନ୍ମ କଲା ମା ଜଣକ ନିଜର ଜୀବନକୁ ତୁଚ୍ଛ କରି ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ କୁ ବାଜି ଲଗାଇବାର ପ୍ରୟାସ କରିଛନ୍ତି । ଝିଅ ର ଚିକିତ୍ସା ର ସମସ୍ତ ଟେଷ୍ଟ ସରିଥିବା ବେଳେ ଦୁଇଟି ଯାକ କିଡନୀ ନଷ୍ଟ ହେବା ଓ ତାର ପ୍ରତ୍ୟାରୋପଣ ର ଅପେରେସନ ପାଇଁ ଅର୍ଥ ସାଜିଛି ବାଧକ।ଯାହାକୁ ନେଇ ଅର୍ଥିକ ଅନାଟନ ଭିତରେ ଗତିକରୁଥିବା ପରିବାର ସରକାରଙ୍କ ସ୍ୱତନ୍ତ୍ର ସହାୟତା ଅପେକ୍ଷା ରେ ରହିଛନ୍ତି। ଏହା ସ୍ୱତେ ଅପରେସନ ପାଇଁ ବହୁ ଅର୍ଥର ଆବଶ୍ୟକକୁ ନେଇ କୌଣସି ମହାନ ବ୍ୟକ୍ତି ଙ୍କ ସାହାଯ୍ୟ ଭିକ୍ଷା କରୁଛନ୍ତି। ଝିଅର ଚିକିତ୍ସା ବାପା ମା ଚିକିତ୍ସା କରାଇବାକୁ ଯାଇ ମା ର ଏକ କିଡିନ ଦେବାକୁ ସମ୍ପୂର୍ଣ୍ଣ ପରୀକ୍ଷା ସରିଥିଲେ ମଧ୍ୟ ଡାକ୍ତର ୧୫ଲକ୍ଷ ରୁ ୨୦ଲକ୍ଷ ଖର୍ଚ୍ଚ ହେବ ବୋଲି କହିଛନ୍ତି। ତେଣୁ ଝିଅ ଯନ୍ତ୍ରଣା ରେ ଘରେ ରହି ଛଟପଟ ହେଉଥିବା ବେଳେ ଅଭାବି ପରିବାର ଅନ୍ୟର ସହାରା ଭିକ୍ଷା କରିଛନ୍ତି। କେହି ସହୃଦୟ ବ୍ୟକ୍ତି ଯଦି ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ତାଙ୍କ ମାଙ୍କ ଆକାଉଣ୍ଟ ନମ୍ବର କିମ୍ବା ଫୋନପେ ନମ୍ବରରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି।

ୟୁକୋ ବ୍ୟାଙ୍କ
ନାମ- ନନ୍ଦିନୀ ରଶ୍ମୀରେଖା ବେହେରା
ଆକାଉଣ୍ଟ ନଂ- ୧୧୬୨୩୨୧୧୦୦୩୦୪୫
ଆଇଏଫଏସସି କୋଡ- ୟୁସିବିଏ୦୦୦୧୧୬୨
ଫୋନ ପେ- ୬୩୭୧୯୫୪୭୩୨

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ