Before Header

ଦମ୍ପତିଙ୍କୁ ପୋଡ଼ି ମାରିଦେଲେ

0 120

ବ୍ରଜରାଜନଗର, (ବଡ଼ ଖବର ବ୍ୟୁରୋ): ବ୍ରଜରାଜନଗର ଦମ୍ପତି ଜୀବନ୍ତ ଦଗ୍ଧ ମାମଲରେ ପାଞ୍ଚ ଗିରଫ । ଗିରଫ ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର । ଗତକାଲି ବ୍ରଜରାଜନଗର ରାମପୁର କଲୋନୀରେ ରହୁଥିବା ଗରିବର ଦାସ ଓ ତାଙ୍କ ସ୍ତ୍ରୀ ଗୀତାଙ୍କୁ ଜିଅନ୍ତା ଜାଳି ଏହାକୁ ଏକ ଦୁର୍ଘଟଣାର ରୂପ ଦିଆଯାଇଥିଲା । ଚୁଲି ଲଗାଇବା ବେଳେ ଦମ୍ପତି ପୋଡ଼ିଯାଇଥିବା କହି ଏହାକୁ ଦୁର୍ଘଟଣାର ରୂପ ଦେଇଥିଲେ ଅଭିଯୁକ୍ତମାନେ । ତେବେ ଘଟଣାସ୍ଥଳରେ ପଡ଼ିଥିବା ରକ୍ତ ଛିଟା ଉପରେ ବାଲି ଘୋଡ଼ା ହୋଇଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା ପୋଲିସ । ସାଇଣ୍ଟିଫକ ଟିମ ପହଞ୍ଚି ଘଟଣାର ଯାଞ୍ଚ କରିବା ପରେ ଆଜି ତିନି ମହିଳା ସମେତ ମୋଟ ପାଞ୍ଚଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.