Masthead

ଉଚ୍ଛେଦ ହେବ ବଜାର

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗରୁ ନିମାପଡା ପର୍ଯ୍ୟନ୍ତ ୪୨କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ୟ୍ୟ ଚାଲିଛି । ଏଥିଲାଗି ଅସ୍ତରଙ୍ଗ ବଜାର ଉଚ୍ଛେଦ ହେବ ବୋଲି ତହସିଲଦାର ରାଜଲଷ୍ମୀ ନାୟକ କହିଛନ୍ତି । ବଜାରରେ ବହୁ ବ୍ୟବସାୟୀ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି । ଫଳରେ ରାସ୍ତା ଜାମ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । ଏସବୁ ସମ୍ୟାକୁ ଦୃଷ୍ଟିରେ ରଖି ଅସ୍ତରଙ୍ଗ ପ୍ରାଥମିକ ବିଦ୍ୟାଳୟଠାରୁ ଉକୁଳେଇ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବ । ଇତିମଧ୍ୟରେ ରାସ୍ତାର ମାପ ମଧ୍ୟ ହୋଇସାରିଛି । ଶନିବାର ଡାକବାଜି ଯନ୍ତ୍ରଦ୍ୱାରା ବ୍ୟବସାୟୀ ଓ ଜବରଦଖଲକାରୀଙ୍କୁ ଅବଗତ କରାଯାଇଛି । ସୋମବାର ବଜାର ଜମି ଚି଼ହ୍ନଟ କରାଯିବ ।

ସରକାରୀ ଜମି ଜବରଦଖଲ କରିଥିବା ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ୩ଦିନ ମଧ୍ୟ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୋଣସି ବ୍ୟବସାୟୀ ଅଥବା ଜବରଦଖଲକାରୀ ଦୋକାନ ଖାଲି ନ କରନ୍ତି ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓ ପୋଲିସ ସହାୟତାରେ ଉଚ୍ଛେଦ କରାଯିବ ବୋଲି ରବିବାର ସୂଚନା ଦେଇଛନ୍ତି ତହସିଲଦାର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା