Masthead

ବିଶ୍ୱରେ ୧୦ଲକ୍ଷ ମୁଣ୍ଡ ନେଲାଣି ମହାମରୀ କରୋନା

(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ କାରୋନା ତା’ର କାୟା ମେଲାଇ ଚାଲିଛି । ଆକ୍ରାନ୍ତ ସଂଖ୍ୟାରେ ଲାଗୁନି ଲଗାମ । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚହ୍ନଟ ହେଉଛନ୍ତି । ସେହି ଅନୁପାତରେ ବଢିଚାଲିଛି ମୃତ୍ୟୁହାର । ଚିନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ବର୍ତ୍ତମାନ ବିଶ୍ୱର ୨୧୩ ଦେଶକୁ ବ୍ୟାପିଲାଣି । ସାରା ବିଶ୍ୱରେ ମୋଟ ୩କୋଟି ୫୬ଲକ୍ଷ ୯୨ ହଜାର ୬୭୮ ଜଣ ଆକ୍ରାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨କୋଟି ୬୮ଲକ୍ଷ ୫୮ହଜାର ୬୪୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୧୦ଲକ୍ଷ ୪୫ ହଜାର ୮୨୮ ମୁଣ୍ଡ ନେଲାଣି ମହାମରୀ କରୋନା ।

ରିପୋର୍ଟ ଅନୁଯାୟୀ କରୋନା ଗ୍ରାଫରେ ସବୁଠାରୁ ଶୀର୍ଷରେ ରହିଛି ଆମେରିକା । ଆମେରିକାରେ ଏଜାବତ୍ ୭୫ଲକ୍ଷ ୭୯ହଜାର ୬୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଲକ୍ଷ ୩୯ହଜାର ୧୯୯ଜଣଙ୍କ ମୃତ୍ୟୁ ହୋଇସାରିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ହେଉଛି ବିଶ୍ୱରେ ଦ୍ୱିତୀୟ । ଭାରତରେ ୬୬ଲକ୍ଷରୁ ଉଦ୍ଧ୍ୱର୍ ମାମଲା ଥିବା ବେଳେ ୫୫ଲକ୍ଷ ୬୮ହଜାର ୭୦୪ ସୁସ୍ଥ ହୋଇଛନ୍ତି । ଦେଶରେ ୧ଲକ୍ଷ ୨ ହଜାର ୬୮୫ଟି ଜୀବନ ନେଇଛି କରୋନା । ଦେଶରେ ବର୍ତ୍ତମାନ ୯ଲକ୍ଷ ୩୪ ହଜାର ୪୨୭ଟି ସକ୍ରିୟ ମାମଲା ରହିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ଥିବା ବ୍ରାଜିଲରେ ମୃତ୍ୟୁ ସଖ୍ୟା ଢେର ଅଧିକ । ମୃତ୍ୟୁ ସଂଖ୍ୟାରେ ବିଶ୍ୱରେ ଦ୍ୱତୀୟ ସ୍ଥାନରେ ରହିଛି ବ୍ରାଜିଲ । ୪୯ଲକ୍ଷ ୧୫ ହଜାର ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ଲକ୍ଷ ୪୬ହଜାର ୩୫୨ମୁଣ୍ଡ ନେଇଛି କରୋନା । ଏକଦା ଗ୍ରାଫର ଶିର୍ଷରେ ଥିବା ଋଷ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ଋଷରେ ମୋଟ ୧କୋଟି ୨୨ଲକ୍ଷ ୫ହଜାର ୮୮୯ ମାମଲା ଥିବା ବେଳେ ସେଥିମଧ୍ୟରୁ ୨୧ ହଜାର ୪୭୫ଟି ମୃତ୍ୟୁ ମାମଲା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ