ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୁସ୍ତିପ୍ରେମୀଙ୍କୁ ଝଟକା । ୟୁନାଇଟେଡ୍ ୱାର୍ଲ୍ଡ ରେସଲିଙ୍ଗ ଭାରତୀୟ ମହାସଂଘର ସଦସ୍ୟତାକୁ ନିଲମ୍ବନ କରିଛି । ନିର୍ବାଚନ ଠିକ୍ ସମୟରେ ହୋଇ ନଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନରେ ବିଳମ୍ବ ଯୋଗୁଁ ନୋଟିସ୍ ଦେଇଥିବାବେଳେ ଏବେ ଏହାର ସଦସ୍ୟତାକୁ ନିଲମ୍ବନ କରିଛି ।ଭାରତୀୟ ମହିଳା କୁସ୍ତି ଖେଳାଳିମାନେ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସସପେଣ୍ଡ କରି ଏକ ସ୍ୱତନ୍ତ୍ର ଗଠନ କରାଯାଇଥିଲା ।
କୁସ୍ତି ମହାସଂଘର ନୂଆ ନିର୍ବାଚନ ପାଇଁ ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବ ବିଚାରପତି ଏମ କୁମାରଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା ।ତେବେ ୪୫ ଦିନ ମଧ୍ୟରେ ନିର୍ବାଚନ ନକରିବାରୁ ଅନ୍ତର୍ଜାତୀୟ ରେସଲିଂ ଫେଡେରେସନ୍ ଡବ୍ଲୁଏଫ୍ଆଇକୁ ସ୍ଥଗିତ ରଖିଛି। ଖୁବ ଶୀଘ୍ର ଏହି ବିଷୟରେ ସରକାରୀ ସୂଚନା ଦିଆଯିବ।