Masthead

୪ ରାଜ୍ୟରେ କଂଗ୍ରେସ ବିଧାୟକ ଶୂନ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଆପଣାଉଛି ବିଭିନ୍ନ ରଣନୀତି । ଗୁଜୁରାଟରେ ବିଜୟ ପରେ ଏବେ ତ୍ରିପୁରା ଏବଂ ନାଗାଲାଣ୍ଡକୁ ମିଳିଛି ଜିତାପଟ । ସେପଟେ କଂଗ୍ରେସକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା ।୩ ଉତ୍ତର ପୂର୍ବ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନାଗାଲାଣ୍ଡରେ ଗୋଟିଏ ବି ଆସନ ଜିତିପାରି ନାହିଁ କଂଗ୍ରେସ । ମେଘାଳୟରେ ୨୧ ରୁ ୫କୁ ଖସିଛି । ସେହିପରି ତ୍ରିପୁରରେ ୩ ଟି ଆସନ ହାତେଇଛି କଂଗ୍ରେସ । ସେପଟେ ଆନ୍ଧ୍ର , ନାଗାଲାଣ୍ଡ, ସିକିମ ଓ ଦିଲ୍ଲୀରେ କଂଗ୍ରେସର ଜଣେ ବି ବିଧାୟକ ନାହାନ୍ତି ।

ପଶ୍ଚିମବଙ୍ଗ ଉପନିର୍ବାଚନରେ ଗୋଟିଏ ସିଟ ହାତେଇଛି ଦଳ । ୨୦୧୪ ନିର୍ବାଚନ ଠାରୁ କଂଗ୍ରେସର ଭଲ ଫର୍ମ ନାହିଁ । ମୋଟ ୪,୦୩୩ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ମାତ୍ର ୬୫୮ ଜଣ ବିଧାୟକ ଅଛନ୍ତି । ବିଗତ ୮ ବର୍ଷ ମଧ୍ୟରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୨୪ ପ୍ରତିଶତରୁ ୧୬ ପ୍ରତିଶତକୁ ଖସିଛି । ୪ ରାଜ୍ୟରେ କଂଗ୍ରେସର କୌଣସି ବିଧାୟକ ରହି ନଥିବାବେଳ ୯ ରାଜ୍ୟରେ ୧୦ରୁ କମ ବିଧାୟକ ରହିଛନ୍ତି । ସେପଟେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ବିଜେପି ବିଧାୟକଙ୍କ ସଂଖ୍ୟା ୯୪୭ ଥିଲା , ଯାହା ଏବେ ୧୪୨୧ରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ 🔴 ବଡ଼ଦିନରୁ ବଢିବ ଶୀତ 🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ 🔴 ବଡ଼ଦିନରୁ ବଢିବ ଶୀତ 🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାର୍‌କୁ ଘୋଷାଡ଼ି ନେଇଗଲା ହାଇୱା 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ