Masthead

ପୋଲିସର ଦାଦାଗିରି, ପୌରସଂସ୍ଥା ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ପୌରସଂସ୍ଥା ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିବା ବେଳେ ବଡ଼ଶଙ୍ଖ ଠାରେ ପୋଲିସ ଆକ୍ରମଣର ଶିକାର ହୋଇଛନ୍ତି। ଏପରିକି ଅଧିକାରୀଙ୍କ ସାର୍ଟ ଚିରିଯାଇଥିବା ଦେଖାଦେଇଛି। ପୌରସଂସ୍ଥାର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ବଡ଼ଶଙ୍ଖ ଦେଇ ଗୁଣ୍ଡିଚା ମନ୍ଦିର ସାଇଟ୍ ଭିଯିଟ କରିବା ସମୟରେ ପୋଲିସ ରଖିଥିଲେ।

ପୋଲିସକୁ ପରିଚୟ ଦେଇଥିଲେ ମଧ୍ୟ ପୋଲିସ ତାଙ୍କୁ ନଛାଡ଼ି କଲର ଧରି ଟଣା ଓଟରା କରିବା ଦ୍ୱାରା ତାଙ୍କର ସାର୍ଟ ଚିରି ଯାଇଥିବା ଦେଖାଦେଇଛି। ଜଣେ କାର୍ଯ୍ୟରତ ଓଏଏସ ଅଧିକାରୀଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ସହ କଲର ଧରି ଟଣା ଓଟରା କରିବା ଘଟଣାକୁ ନେଇ ପୌର କର୍ମଚାରୀମାନେ ନେଇ ନିନ୍ଦା କରିଛନ୍ତି। ଏପରି ସ୍ଥଳେ ଖବର ପାଇ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ଆମ ଭିତର କଥା କହି ସହକାରୀ ପୌର ନିର୍ବାହୀ ଅଧିକାରୀଙ୍କ ମୁହଁରେ ହାତ ଦେଇ ବନ୍ଦ କରିବା ଦେଖାଦେଇଥିଲା।

ତେବେ ଉକ୍ତ ଘଟଣାକୁ ନେଇ ପୌର ସହକାରୀ ନିର୍ବାହୀ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ ହେଲେ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ରଥଯାତ୍ରା ସମୟରେ ଅଧିକାରୀଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ ଘଟଣାକୁ ଚପାଇଦେବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମକୁ ନେଇ ସାଧାରଣରେ ଚର୍ଚା ଲାଗିରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା