Masthead

ଆସନ୍ତାକାଲି ଟ୍ରାକ୍‌କୁ ଓହ୍ଲାଇବେ ଦୈାଡ଼ରାଣୀ ଦୂତି ଚାନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ଝିଅ ଭାରତର ଗର୍ବ ଗୈାରବ ଦୈାଡ଼ରାଣୀ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଆସନ୍ତାକାଲି ଟ୍ରାକ୍‌କୁ ଓହ୍ଲାଇବେ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏକମାତ୍ର ଭାରତୀୟ ଆଥ୍‌ଲେଟ୍ ଭାବେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି । ଆସନ୍ତାକାଲି ଦୂତିଙ୍କର ଶହେ ମିଟରର ଦୌଡ଼ ରହିଛି। ଭାରତୀୟ ସମୟ ଅନୁସାରେ ସକାଳ ୮ଟାରୁ ୯ଟା ଭିତରେ ରହିଥିବା ୭ଟି ହିଟ୍ସ ମଧ୍ୟରୁ ଗୋଟିଏରେ ସେ ଦୌଡ଼ିବେ।

ଶହେ ମିଟର ଦୌଡ଼ରେ ତାଙ୍କର ରେକର୍ଡ ହେଉଛି ୧୧.୧୭ ସେକେଣ୍ଡ, ଯାହା ଜାତୀୟ ରେକର୍ଡ ମଧ୍ୟ। ଶହେ ମିଟର ଦୌଡ଼ ପାଇଁ ଅଲିମ୍ପିକ୍ସ କ୍ୱାଲିଫାଇଂ ଟାଇମିଂ ଥିଲା ୧୧.୧୫ ସେକେଣ୍ଡ। ତେଣୁ ସିଧାସଳଖ ତାଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ମିଳି ନଥିଲା । ମହିଳା ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ରେ ସେ ଭାଗ ନେଇଛନ୍ତି । ତେବେ ବିଶ୍ୱ ରାଙ୍କିଂ ଅନୁସାରେ ତାଙ୍କୁ ଟୋକିଓ ଟିକେଟ ମିଳିଛି । ଶହେ ମିଟର ଦୌଡ଼ ଇଭେଣ୍ଟରେ ଦୂତିଙ୍କର ବିଶ୍ୱ ରାଙ୍କିଙ୍ଗ ୪୨ ଥିବା ବେଳେ ୨ ଶହ ମିଟରରେ ରହିଛି ୫୨। ଏହା ହେଉଛି ଦୂତିଙ୍କର ଦ୍ୱିତୀୟ ଅଲିମ୍ପିକ୍ସ। ଏହା ପୂର୍ବରୁ ସେ ୨୦୧୬ରେ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍‌, ବ୍ୟାଡ୍‌ମିଣ୍ଟର ଷ୍ଟାର ପି.ଭି ସିନ୍ଧୁ ଓ ବକ୍ସର ସତୀଶ କୁମାର ଭାରତକୁ ପଦକ ଆଶା ଦେଇଛନ୍ତି। କାରଣ ଆଜି ଏମାନେ ସମସ୍ତେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨