ପ୍ରେମିକ ସାଜିଲା ସଇତାନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କାଠିଆପଡ଼ା ଗାଁ ନିକଟସ୍ଥ ବିଲରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଯୁବତୀଙ୍କ ମତୃଦେହ ମିଳିବା ଘଟଣା । ହତ୍ୟାକାରୀକୁ ସନ୍ଧାନ ଲଗାଇବାରେ ସଫଳ ହୋଇଛି ଜଗତସିଂହପୁର ପୁଲିସ । ଅଭିଯୁକ୍ତ ପପୁକୁ ଝାଡ଼ଖଣ୍ଡର ଜାମସେଦପୁରରୁ ଉଠାଇ ଆଣିଛି ସ୍ପେଶାଲ୍ ସ୍କାଡ୍ । ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ବୋଲି କୁହାଯାଉଛି । ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଥିବା ବେଳେ ସିନ୍ ରିକ୍ରିଏସନ ପାଇଁ ପ୍ରସ୍ତୁତ ହେଉଛି ।

ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ନିର୍ବଦ୍ଧ ହେବା ପରେ ରକ୍ତମୁଖା ହୋଇଥିଲା ପ୍ରେମିକ । ପ୍ରେମିକାକୁ ଘରୁ ଡାକିନେଇ ମୁଗ ବିଲରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ୧୯ ତାରିଖରେ ନିର୍ବନ୍ଧ ହୋଇଥିଲା । ସେ ୨୦ ତାରିଖରେ ମାମୁଁ ଘରୁ ଫେରିଥିଲେ । ତେବେ ସଂଧ୍ୟାରେ ତାଙ୍କୁ କେହି ଘରୁ ଡାକି ନେଇଥିଲେ । ଏହାପରେ ଯୁବତୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ ।

ପରଦିନ କାଠିଆପଡ଼ା ଗାଁ ନିକଟସ୍ଥ ବିଲରୁ ଯୁବତୀଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ତେବେ ବୁଧବାର ଜଗତସିଂହପୁର ପୁଲିସର ସ୍ପେଶାଲ ସ୍କାଡ୍ ଅଭିଯୁକ୍ତ ପ୍ରେମିକକୁ ଝାଡ଼ଖଣ୍ଡରୁ ଗିରଫ କରିଛି । ପୁଲିସ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ଅଧିକ ପଚରାଉଚରା କରୁଛି । ଅନ୍ୟପଟେ ଆଜି ଘଟଣାର ସିନ୍ ରିକ୍ରିଏସନ ହେବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ