Masthead

ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣ !

ବଡ଼ ଖବର ବ୍ୟୁରୋ।
ଜମ୍ମୁ-କଶ୍ମୀରର ବୁଡଗାମ ଜିଲ୍ଲାରେ ଆଜି ଅଜ୍ଞାତ ଆତଙ୍କବାଦୀମାନେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଦଳ ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ବୁଡଗାମ ଜିଲ୍ଲାର ଚଡୁରା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଆକ୍ରମଣ ପରେ ସିଆରପିଏଫ ଯବାନ ଆହତ ହୋଇଥିଲେ, ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।
ଆକ୍ରମଣ ସହ ଆତଙ୍କବାଦୀମାନେ ଆହତ ଯବାନଙ୍କ ହାତରୁ ରାଇଫଲ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିବାର ଖବର ରହିଛି। ଖବର ଅନୁଯାୟୀ, ସକାଳ ପ୍ରାୟ ୭ଟା ୪୫ମିନିଟ ସମୟରେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ହଠାତ ସିଆରପିଏଫ ୟୁନିଟ୍ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବ ଦେବା ପାଇଁ ସିଆରପିଏଫ ଯବାନ ଗୁଳି ଚଳାଇଥିଲେ। ଦୁଇ ପକ୍ଷ ମଧ୍ୟରେ ଗୁଳିବର୍ଷା ଚାଲୁଥିବା ବେଳେ ଏଏସଆଇ ରାଙ୍କର ଜଣେ ସିଆରପିଏଫ ଅଧିକାରୀ ଆହତ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ସେମାନଙ୍କ ରାଇଫଲ ଛଡ଼ାଇ ନେଇ ସେଠାରୁ ଖସି ପଳାଇଥିଲେ। ଜଣେ ସୁରକ୍ଷାକର୍ମୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଏକ ମୋଟରସାଇକେଲରେ ଆସିଥିଲେ। ବର୍ତ୍ତମାନ ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍